ମରୁଡି ରୁ ଗ୍ରାମବାସୀ ଙ୍କୁ ରକ୍ଷାକରିବା ପାଇଁ ବିଷପାନ କରି ତାନ୍ତ୍ରିକ ଗୁରୁତର

0
178

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ
ବଲାଙ୍ଗୀର,ଟିଟିଲାଗଡ଼, ତା(୩୦/୦୮) : ବଲାଙ୍ଗୀର ଜିଲ୍ଲାରେ ନିରକ୍ଷରତା,ଦାଦନ,ସ୍ୱାସ୍ଥ୍ୟ ସେବା,ଗମନାଗମନ ସମସ୍ୟା ସହ ସବୁପ୍ରକାର ସରକାରୀ ଯୋଜନା ମାନ ଲାଗୁ କରି କୋଟି କୋଟି ଟଙ୍କା ବ୍ୟୟ ବରାଦ ସତ୍ୱେ ଏବେବି ଲୋକେ ଅନ୍ଧାର ଘେରରେ ରହିଛନ୍ତି । ମରୁଡି ରୁ ଗ୍ରାମବାସୀ ଙ୍କୁ ରକ୍ଷାକରିବା ପାଇଁ ବିଷପାନ କରି ତାନ୍ତ୍ରିକ ଗୁରୁତର ହୋଇଛନ୍ତି |

ଏପରି ଏକ ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ,ଟିଟିଲାଗଡ଼ ନିକଟସ୍ଥ ମହୁଲପଡା ଗ୍ରାମର ସନ୍ତୋଷ ବାଗ ନାମକ ଜଣେ ୩୪ ବର୍ଷୀୟ ଯୁବକ ଯିଏକି ତନ୍ତ୍ର ସାଧନା କରୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ପରିଚିତ । ସାମ୍ପ୍ରତିକ ସମୟରେ ବର୍ଷା ନ ହେବା ଓ ମରୁଡି ରୁ ଗ୍ରାମବାସୀ ଙ୍କୁ ରକ୍ଷାକରିବା ପାଇଁ ବର୍ଷା ହଉ ବୋଲି ଗ୍ରାମରେ ଏକ ପୂଜା ବା ତନ୍ତ୍ର ସାଧନ କରି ପୂଜାପାଠ କରିଥିଲେ ।

ଏପରି କି ଅନ୍ୟ ଲୋକଙ୍କ ସାମ୍ନାରେ ଯଦି ତୁରନ୍ତ ବର୍ଷା ନ ହୁଏ ସେ ଜୀବନ ଦେଇଦେବି କହିଥିଲେ । ମାଆ କାଳୀ ଙ୍କୁ ଡାକି,ଡାକି ନିରାଶ ହୋଇ ଧରିଥିବା ଏକ କପା ଔଷଧ ପିଇ ଦେଇଥିଲେ । ସେ ଉକ୍ତ ବିଷ ପିଇ ଗୁରୁତର ହୋଇଯାଇଥିବା ରୁ ତୁରନ୍ତ ଗ୍ରାମବାସୀ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଥିଲେ । ଡ଼ଃ ଓଁକାର ହୋତା ତୁରନ୍ତ ଚିକିତ୍ସା ଅରମ୍ବ କରିଥିବା ବେଳେ ଆବଶ୍ୟକ ହେଲେ ବଲାଙ୍ଗୀର ସ୍ଥାନାନ୍ତରିତ କରିବେ ।

ଏହି କ୍ରମରେ ଭଗବାନ ଙ୍କ ଉପରେ ଗଭୀର ବିଶ୍ୱାସ ଯେ ଜୀବନ ଦେଇଦେଲେ ପୁନଃ ଜୀବନ ଫେରିଆସିବ । ଏବେ ବି ଅପହଞ୍ଚ ସରକାରୀ ଯୋଜନା ଏଥିରୁ ସ୍ପଷ୍ଟ ପ୍ରମାଣିତ ।