Friday, March 29, 2024

Top 5 This Week

Related Posts

ସ୍ୱାମୀ ଲକ୍ଷ୍ମଣlନନ୍ଦ ସରସ୍ବତୀଙ୍କ ତ୍ରୟଦଶ ତମ ଶ୍ରାଦ୍ଧ ବର୍ଷକୀ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା,(୩୦/୦୮) : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣlନନ୍ଦ ସରସ୍ବତୀଙ୍କ ତ୍ରୟଦଶତମ ଶ୍ରାଦ୍ଧ ବର୍ଷକୀ ଏନେଇ ଜଳେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ଚଳାଚଞ୍ଚଳ l

କୋଭିଡ କଟକଣା ମଧ୍ୟରେ ଅଳ୍ପ ସଂଖ୍ୟକ ଅନ୍ତେବାସୀଙ୍କୁ ନେଇ କାର୍ଯ୍ୟକ୍ରମ ଚାଲିଛି ସକାଳୁ ସକାଳୁ ପୁର୍ଣ୍ୟପୀଠ ବାବା ଜଳେଶ୍ୱର ମନ୍ଦିର ନିକଟ ରାହୁଲ ନଦୀର ଜଳ ପୂଜାର୍ଚ୍ଚନା କରି କଳସ ଶୋଭାଯାତ୍ରା ରେ ଅଣାଯାଇ ଥିଲା ଏବଂ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତି ରେ ଜଳାଭିଶେକ କରାଯାଇଥିଲା ହରିନାମ ସଂକୀର୍ଣ୍ଣନ କଳସ ଶୋଭାଯାତ୍ରା ଗୀତାଜ୍ଞାନ ଗୋ ପୂଜନ ହୋମ ଯଜ୍ଞ ଓ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପୂଜାର୍ଚନା କାର୍ଯ୍ୟକ୍ରମ ସହ ଅପରାହ୍ନ ରେ ଆଶ୍ରମର ସଭାଗୃହ ମଧ୍ୟରେ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣlନନ୍ଦ ସରସ୍ବତୀଙ୍କ ସ୍ମୃତିସଭା ହୋଇଯାଇଛି l

ସ୍ମୁତି ସଭାରେ ସ୍ୱାମୀ ଲକ୍ଷଣl ନନ୍ଦ ସରସ୍ବତୀ କିଭଳି ଭାବରେ ବାଳିକା ଶିକ୍ଷା ସଂସ୍କୃତି ଓ କୃଷିକୁ ପ୍ରାଧାନ୍ୟ ଦେଉଥିଲେ ଧର୍ମାନ୍ତୀକରଣ ଓ ଗୋ ହତ୍ୟା କୁ ବିରୋଧ କରୁଥିଲେ ସେ ନେଇ ସ୍ମୁତି ଚାରଣ ହୋଇଥିଲା l ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ଦୁଇ ଜଣ ଡି ଏସ ପି ଏବଂ ତିନି ଜଣ ସବ ଇନିସପେକ୍ଟର ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l

ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହିତ ଜନ୍ମାଷ୍ଟମୀ ଓ ବଳିଦାନ ଦିବସ ପାଳିତ ହୋଇଥିଲା ସ୍ୱାମୀଜୀଙ୍କ ହତ୍ୟାକାଣ୍ଡ କୁ ବାରବର୍ଷ ପୁରି ଥିବା ବେଳେ ଏ ଯାଏଁ ପ୍ରକୃତ ହତ୍ୟାକାରୀ ଓ ଷଡଯନ୍ତ୍ର କାରୀ କିଏ ଜଣାପଡିନି l ନାଇଡ଼ୁ କମିଶନ ଓ ପାଣିଗ୍ରାହୀ କମିଶନ ତଦନ୍ତ ଶେଷ କରିଛି କିନ୍ତୁ ଏ ଯାଏଁ ରିପୋର୍ଟ ସାର୍ବଜନୀନ ହୋଇନଥିବା ଅଭିଯୋଗ କରିଛି ବିଶ୍ୱହିନ୍ଦୁ ପରିଷଦ l ଅତିଶୀଘ୍ର ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଜଳେଶପଟ୍ଟା ସଂସ୍କୃତ କନ୍ୟାଶ୍ରମର ମୁଖ୍ୟ ପରିଚାଳକ ସ୍ୱାମୀ ଜୀବନମୁକ୍ତା ନନ୍ଦ ପୁରୀ ଗଣମାଧ୍ୟମକୁ କହିଛନ୍ତି l

Popular Articles