Friday, March 29, 2024

Top 5 This Week

Related Posts

ଡମଲିମା ଗାଁରେ ପାନିୟ ଜଳ ର ସମସ୍ୟା : ସଲାର ବୋର୍ ରୁ ବାହୁରୁନି ପାଣି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
ରାୟଗଡା,କଲ୍ୟାସିଂହପୁର,ତା(୩୦/୮) : ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପୋଙ୍ଗା ପଞ୍ଚାୟତ ଡମଲିମା ଗାଁରେ ପାନିୟ ଜଳ ର ସମସ୍ୟା ଦେଖାଦେଇଛି | ସଲାର ବୋର୍ ଥାଇ ମଧ୍ୟ ପାଣି ପାଇଁ ହନ୍ତ ସନ୍ତ ହେଉଛନ୍ତି ଗ୍ରାମବାସୀ । ଗାଁ ରେ ପଚିଶି ଘର ବସ ବାସ କରୁଥିବା ବେଳେ ଦୁଇଶହ ଲୋକ ରୁହନ୍ତି ।WhatsApp Image 2021 08 31 at 10.00.21 AM ଡମଲିମା ଗାଁରେ ପାନିୟ ଜଳ ର ସମସ୍ୟା : ସଲାର ବୋର୍ ରୁ ବାହୁରୁନି ପାଣି

ଗାଁ ମୁଣ୍ଡରେ ଏକ ସଲାର ବୋର୍ ରହିଥିବା ବେଳେ ଗାଁ ଶେଷ ରେ ଆଉ ଗୋଟେ ନଳ କୂପ ରହିଛି କିନ୍ତୁ ନାମ କୁ ମାତ୍ର । ଆଜକୁ ଦୁଇ ବର୍ଷ ପୂର୍ବେ ସରକାରଙ୍କ ତରଫ ରୁ ଡମଲିମା ଗାଁରେ ପାନିୟ ଜଳ ର ସମସ୍ୟାର ସମାଧାନ ପାଇଁ ସୋଲାର ବୋର୍ ନିର୍ମାଣ ହୋଇଥିଲା କିନ୍ତୁ ବୋର୍ ରେ ପାଣି ବାହାରିବା ବିଳମ୍ବ ହେଊଛି | ଏକ ଘଣ୍ଟା କୁ ଗୋଟେ ହାଣ୍ଡି ପାଣି ଭର୍ତ୍ତି ହେଊଥିବା ଗାଁ ର ମହିଳା ମାନେ ଅଭିଯୋଗ କରିଛନ୍ତି ।

ପ୍ରତିଦିନ ପାଣି ପାଇଁ ପାଟି ତୁଣ୍ଡ ହୋଇଥାଏ ବୋଲି କହିଛନ୍ତି ମହିଳା ମାନେ ଗାଁ ଶେଷ ରେ ଯେଉଁ ନଳକୂପ ରହିଛି ସେଇ ପାଣି ପିଇବା ତ ଦୂର କଥା ହାତ ମଧ୍ୟ ଧୋଇ ହେବନି | ପାଣି ରୁ ଲୁହା ଗୁଣ୍ଡ ଓ ଗୋଳିଆ ପାଣି ବାହାରୁଥିବା ଦେଖି ବା କୁ ମିଳିଛି । ବାଧ୍ୟ୍ୟ ହୋଇ ଗ୍ରାମବାସୀ ଚାନ୍ଦା ଆଦାୟ କରି ପାଣି ଟାଙ୍ଗି ଭଡାରେ ଆଣି ବ୍ଯବହାର କରୁଥିବା ଦେଖିବାକୁ ମିଳିଛି ଗ୍ରାମର ନୀରାନ ଭାତ୍ରୀୟ, କୌଶଲ୍ୟା ସୁଶାନ୍ତ,କୌଶଲ୍ୟା ମନୋଜ,ଇନ୍ଦ୍ର ଭାତ୍ରୀୟ,କହିବା ଅନୁଯାୟୀ ପାଣି ପାଇଁ ପାଖ ଗାଁ କୁ ବାଇକ୍ ଯୋଗେ ଯାଇ ପାଣି ପିଉଛୁ ବୋଲି କହିଛନ୍ତି ।WhatsApp Image 2021 08 31 at 10.00.20 AM ଡମଲିମା ଗାଁରେ ପାନିୟ ଜଳ ର ସମସ୍ୟା : ସଲାର ବୋର୍ ରୁ ବାହୁରୁନି ପାଣି

ଏହି ବିଷୟ ରେ ସରପଞ୍ଚ କିମ୍ବା ବ୍ଲକ ଅଧିକାରୀ ନେତା ମାନଙ୍କୁ ବାରମ୍ବାର ଜଣେଇ ଥିଲେ ମଧ୍ୟ ଅଣ ଦେଖା କରିଛନ୍ତି ବୋଲି ଅଭିଯୋଗ ହୋଇଛି । ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ନେତା ମନ୍ତ୍ରୀ ମାନଙ୍କର ଦେଖା ମିଳେ ଆଉ ସବୁ ସୁବିଧା କରିଦେବୁ ବୋଲି ପ୍ରତିଶ୍ରୁତି ମିଳେ କିନ୍ତୁ ଭୋଟ ପାଇ ଜିତିଯିବା ପରେ ଆଉ ତାଙ୍କର ଦେଖା ମିଳେ ନାହିଁ |

ସେଥିପାଇଁ ତାଙ୍କର ମୌଳିକ ସୁବିଧା ଅଧିକାର ନ ମିଳିଲେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ଗ୍ରାମବାସୀ ।

Popular Articles