କୋଟିଆ ମାମଲା : ରାଜନୈତିକ ସ୍ତରରେ ସମାଧାନ ପାଇଁ ସୁପ୍ରିମକୋର୍ଟ ଙ୍କ ପରାମର୍ଶ

0
204

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୩୧/୦୮) : ଓଡିଶା ସୀମାନ୍ତ ଜିଲ୍ଲା ର କୋଟିଆ ମାମଲା କୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ମାମଲାକୁ ରାଜନୈତିକ ଉପାୟରେ ସମାଧାନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଓଡିଶା ସୀମାନ୍ତ ଜିଲ୍ଲା ର କୋଟିଆ ମାମଲା ର ରାଜନୈତିକ ସମାଧାନ ହେବାର ଆବଶ୍ୟକତା ରହିଛି । ଏ ନେଇ ସୁପ୍ରିମକୋର୍ଟ ମୌଖିକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଉଭୟ ଓଡିଶା ସରକାର ଏବଂ ଆନ୍ଧ୍ର ସରକାର ଙ୍କୁ ରାଜନୈତିକ ସ୍ତର ରେ ଆପୋଷ ବୁଝାମଣା କରି ଏହି ସମସ୍ୟା ର ସମାଧାନ କରିବାକୁ ସୁପ୍ରିମକୋର୍ଟ ମୌଖିକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଖାନଓ୍ୱାଲକର ଏହି ମାମଲାର ଶୁଣାଣି କରିଥିଲେ । ତେବେ ୬ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି ।