ଦୁନିଆର ସବୁଠାରୁ ମହଙ୍ଗା ପିସ୍ତଲ : କେବଳ ଜଣକୁ କରାଯାଇଥିଲା ହତ୍ୟା

0
239

ରିପୋର୍ଟ : ଓଡିଶାନ୍ୟୁଜ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୩୧/୦୮) : ନିଲାମୀରେ ବେଳେବେଳେ ସାଧାରଣ ଜିନିଷର ମୂଲ୍ୟ ଏତେ ଅଧିକ ହୋଇଥାଏ ଯାହା ଅସଲ ଦାମରୁ କେଇ ଗୁଣ ଅଧିକ ହୋଇଥାଏ । ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି । ଦୁନିଆର ସବୁଠାରୁ ମହଙ୍ଗା ପିସ୍ତଲ |ଏକ ପୁରୁଣା ପିସ୍ତଲର ଡାଳ ୪୩ କୋଟି ଟଙ୍କାରୁ ଅଧିକ ଲଗାଯାଇଛି । ଆଶ୍ଚର୍ଯ୍ୟର କଥା ହେଲା ଏହି ପିସ୍ତଲ ୧୮୮୧ରେ ବ୍ୟବହାର ହୋଇଥିଲା । ଏହା ପୂର୍ବରୁ କେବେ କୌଣସି ପିସ୍ତଲ ଏତେ ଟଙ୍କାରେ ନିଲାମ ହୋଇନାହିଁ ।

ମାମଲା ଆମେରିକାର ଇଣ୍ଡିପେଣ୍ଡେଣ୍ଟର ଏକ ରିପୋର୍ଟ ଅନୁଯାୟୀ, ଏହି ପିସ୍ତଲରେ ଆମେରିକାର କୁଖ୍ୟାତ ଓ ଦୁର୍ଦାନ୍ତ ଡାକୁ ବିଲି ‘ଦ କିଡ଼’କୁ ହତ୍ୟା କରାଯାଇଥିଲା । ବିଲିକୁ ଶେରିଫ ପେଟ ଗ୍ୟାରେଟ ମାରିଥିଲେ । ଏବେ ଏହି ପିସ୍ତଲ ନିଲାମ କରାଯାଇଛି । ଏହି ପିସ୍ତଲର ଦାମ ୬ ମିଲିୟନ ଡଲାର (୪୩ କୋଟି ଟଙ୍କାରୁ ଅଧିକ) ଦୁନିଆର ସବୁଠାରୁ ମହଙ୍ଗା ପିସ୍ତଲ ଲଗାଯାଇଛି ।

ରିପୋର୍ଟ ଅନୁଯାୟୀ, ଅଧିକାରୀ ମଧ୍ୟ ଏହି ପିସ୍ତଲର ଏତେ ଅଧିକ ନିଲାମ ରାଶି ଲାଗିବ ବୋଲି ଜାଣିନଥିଲେ । ପିସ୍ତଲର ନିଲାମୀ ଅଧିକାରୀଙ୍କ ଅନୁମାନରୁ ପ୍ରାୟ ଦୁଇ ଗୁଣ ଅଧିକ । ଆକ୍ସନ ହାଉସ ଅନୁଯାୟୀ, ଏହା ବିଶ୍ୱର ସବୁଠାରୁ ଦାମୀ ପିସ୍ତଲ । ଏହି ପିସ୍ତଲ ୱାଇଲ୍ଡ ୱେଷ୍ଟଙ୍କ ସବୁଠାରୁ ପ୍ରସିଦ୍ଧ କାହାଣୀ ମଧ୍ୟରୁ ଗୋଟିଏ ଚିହ୍ନ ହିସାବରେ ସୁରକ୍ଷିତ ରଖାଯାଇଥିଲା ।

‘ବିଲି ଦି କିଡ୍’ ନାମରେ ଜଣାଶୁଣା ହେନେରୀ ମ୍ୟାକକାର୍ଟୀଙ୍କୁ ୮ ଜଣଙ୍କ ହତ୍ୟା ଅପରାଧରେ ୧୮୮୧ ରେ ଏପ୍ରିଲ ୨୧ ବର୍ଷ ବୟସରେ ଫାସୀ ଦଣ୍ଡ ଦିଆଯାଇଥିଲା, କିନ୍ତୁ ବିଲି ଜେଲରୁ ଖସି ପଳାଇଥିଲା । କିଛି ମାସ ପରେ ଗ୍ୟାରେଟ ଏହି ପିସ୍ତଲରେ ତାକୁ ଗୁଳି କରି ହତ୍ୟା କରିଥିଲେ । ଏହା ମଧ୍ୟ କୁହାଯାଇଥିଲା ଯେ ସେହି ସମୟରେ ତାକୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା କିନ୍ତୁ ସେ ବଞ୍ଚିନଥିଲା ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ପିସ୍ତଲ ପୂର୍ବରୁ ନିଲାମ ହୋଇସାରିଛି । ସେତେବେଳେ ତାର ମୂଲ୍ୟ ୧୪.୫୫ କୋଟି ଟଙ୍କା ଲଗାଯାଇଥିଲା । ଏବେ ପୁଣିଥରେ ଏହି ପିସ୍ତଲ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକେ ଏହାର ପୁରୁଣା ଫଟୋ ଖୋଜି ବାହାର କରୁଛନ୍ତି । ଏହାର ଅନେକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।