ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

0
333

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୦୧/୦୯) : ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଜିଲ୍ଲା ସଭାପତି ଅଚ୍ୟୁତ ସେଠଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଜିଲ୍ଲାପାଳ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ଏକ ୧୦ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି ।

ସମାଜରେ ଡ୍ରାଇଭରମାନଙ୍କ ଜୀବନ ଜୀବିକା ଓ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏମାନଙ୍କୁ ନ୍ୟାୟ ଯୋଗାଇ ଦେବା ପାଇଁ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରମାନଙ୍କ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ଏକ ସ୍ୱତନ୍ତ୍ର ଆଇନ, ପ୍ରତି ୧୦୦କିମି.ରେ ଗାଡି ପାର୍କିଂ ଓ ଡ୍ରାଇଭରମାନଙ୍କ ବିଶ୍ରାମ ପାଇଁ ବିଶ୍ରାମ ଗୃହ ସ୍ଥାପନ, ୫୫ ବର୍ଷ ପରେ ଡ୍ରାଇଭରମାନଙ୍କୁ ପେନସନ ପ୍ରଦାନ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରମାନଙ୍କ ପାଇଁ ୨୦ ଲକ୍ଷ ଓ ଅକର୍ମଣ୍ୟ ହୋଇଯାଉଥିବା ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମା ରାଶି ଓ ୫ ଲକ୍ଷ ପର୍ୟ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦେବା, ଡ୍ରାଇଭରମାନଙ୍କ ପାଇଁ ସମୟ ସୀମା ଧାର୍ୟ୍ୟ କରିବା ଆଦି ୧୦ ଦଫା ଦାବୀ ରହିଛି । ଏହି କାର୍ୟ୍ୟକ୍ରମରେ ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକରୁ ମହାସଂଘର କାର୍ୟ୍ୟକର୍ତା ଯୋଗଦାନ କରିଥିଲେ ।