ରାୟଗଡ ଜିଲ୍ଲାପାଳ ଙ୍କ ରାୟଗଡ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅନୁଧ୍ୟାନ

0
212

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,(୦୧/୦୯) : ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ରାୟଗଡ ବ୍ଲକ ଗସ୍ତ କରି ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ଅନୁଧ୍ୟାନ କରିଥିଲେ l ବାଇସିଂ ଗ୍ରାମପଂଚାୟତ ଗସ୍ତ କରି ସେଠାରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ପାଠର ଶିକ୍ଷଣୀୟ ସସ୍ତର କେତେଦୂର ଅଗ୍ରଗତି ହେଇଛି ତାହା ପଚାରି ବୁଝିଥିଲେ l

ବିଦ୍ୟାଳୟକୁ ଆସୁନଥିବା ଛାତ୍ରଛାତ୍ରୀ ବୁଝାଇସୁଝାଈ ବିଦ୍ୟାଳୟକୁ ଆଣିବା ପାଇଁ ଚେଷ୍ଟା କରିବାକୁ ରାୟଗଡ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ l ଛାତ୍ରଛାତ୍ରୀ ମାନଙ୍କୁ ୟୁନିଫୋରମ ପୋଷାକ ପ୍ରଦାନ କରିଥିଲେ l ଏହାପରେ ବିଦ୍ୟାଳୟର ଡାଇନିଂ ହୋଲ ବୁଲି ଦେଖିଥିଲେ ଓ ଏହାକୁ ସୀଘ୍ର ସମ୍ପୂର୍ଣ କରିବାକୁ ନିର୍ଦେଶ ଦେଇଥିଲେ l ପରବର୍ତ୍ତୀ ପରିଦର୍ଶନ ସମୟରେ ଛାତ୍ର ଛାତ୍ରୀ ମାନେ ପଣିକିଆ, ଗଣନା ସଂଖ୍ୟା ଓ ବର୍ନମାଳା ଯେପରି ସମସ୍ତେ ଜାଣିଥିବେ ସେଥିପାଇଁ ଶିକ୍ଷକ ଶିକ୍ଷତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଗୋପୀ ନାମକ ଯୁବକ ମାଗଣାରେ ଗ୍ରାମରେ ଶିକ୍ଷା ଦାନ କରୁଥିବା କଥାଶୁଣି ଜିଲ୍ଲାପାଳ ପ୍ରଶଂସl କରିଥିଲେ l

ଏହାପରେ ବାଇସିଂ ଗ୍ରାମକୁ ଯାଇ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରି କିପରି ସେମାନେ ସ୍ଵାବଲମ୍ବି ହେଇପାରିବେ ସେମାନଙ୍କୁ ପରାମର୍ଶ ଦେଇଥିଲେ l ଵ୍ୟାଙ୍କ ଲୋନ ନେଇ କୌଣସି ଏକ ଉଦ୍ୟୋଗ ଯଥା ଛେଳି, କୁକୁଡ଼ା ପାଳନ ଓ ତେନ୍ତୁଳୀ ବ୍ୟବସାୟ କରିବାକୁ ପରାମର୍ଶ ଦେଇଥିଲେ | ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଉଚରଣ ନାୟକ, ସହକାରୀ ଯନ୍ତ୍ରୀ ଦୈତାରୀ ଟୁଡୁ, ମିଶନ ଶକ୍ତି ସଞ୍ଜଜକ ପ୍ରମୁଖ ଉପସ୍ଥିତ ଥିଲେ l