ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିୟାଇଏସଡି ପକ୍ଷରୁ ବୈପାରୀଗୁଡା ଠାରେ ପୋଷଣ ରଥର ଶୁଭାରମ୍ଭ

0
414

ରିପୋର୍ଟ : ଏନ ସନ୍ତୋଷ କୁମାର //
ବୈପାରୀଗୁଡା,(୦୧/୦୯) : ବୈପାରୀଗୁଡା ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିୟାଇଏସଡି ପକ୍ଷରୁ ପୋଷଣ ରଥର ଶୁଭାରମ୍ଭ ହୋଇଯାଇଛି l

ପଂଚାୟତ ସମିତି କାର୍ଯାଳୟ ପରିସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିୟାଇଏସଡି ପକ୍ଷରୁ ଆଜି ସକାଳେ ପୋଷଣ ରଥର ଶୁଭାରଂମ୍ବ କାର୍ଯ୍ୟକ୍ରମରେ ସ୍ଥାନୀୟ ପଂଚାୟତ ସମିତି ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି, ଗୋଷ୍ଠି ଉନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀଙ୍କ, ବ୍ଲକ ଉପାଧ୍ୟକ୍ଷ ତିଳଚନ ଜେନା, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକରିଣୀ ଜି ସୀତା କୁମାରୀ, ବ୍ଲକ କୃଷି ଅଧିକାରୀ ନେନ୍ଦୁ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ l

ସେପ୍ଟେମ୍ବର ମାସରେ ପ୍ରଥମ ସପ୍ତାହକୁ ସାରା ରାଜ୍ୟରେ ସମସ୍ତ ଆଇସିଡିଏସ୍‌ ପ୍ରକଳ୍ପରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ରାଷ୍ଟ୍ରୀୟ ପୋଷଣ ସପ୍ତାହ ପାଳିତ ହୋଇଯାଇଛି। । ଗୋଷ୍ଠୀ ସହଭାଗିତାରେ ଏହି ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ସ୍ୱାସ୍ଥ୍ୟରକ୍ଷା ପାଇଁ ଉତ୍ତମ ପୋଷଣ ଅଭ୍ୟାସର ଆବଶ୍ୟକତା ସଂ ପର୍କରେ ସଚେତନତା ସୃଷ୍ଟି ଏବଂ ଏହି ବାର୍ତ୍ତାକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।