ଆଜିଠୁ ହାଉସ ଫୁଲରେ ଚାଲିବ ସିନେମା ହଲ : ପ୍ରବେଶ ପାଇଁ ଦରକାର ନାହିଁ ସାର୍ଟିଫିକେଟ

0
192

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୨/୦୯) : କୋହଳ କଟକଣା ସହ ଆଜିଠୁ ହାଉସ ଫୁଲରେ ଚାଲିବ ସିନେମା ହଲ । ଗତକାଲି ସେପ୍ଟେମ୍ବର ଲାଗି ସରକାର ଗାଇଡଲାଇନ୍ ଜାରି କରିଥିବାବେଲେ ଆଜିଠୁ ଲାଗୁ ହୋଇଛି ଏହି କଟକଣା । ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚାଲିବାକୁ ସରକାର ଅନୁମତି ଦେଇଛନ୍ତି ।

ସିନେମା ହଲ୍ ଓ ମଲ୍ ପାଇଁ ଥିବା କଟକଣା ଆହୁରି କୋହଳ କରାଯାଇଛି । ସିଟିଂ କାପାସିଟି ଅନୁସାରେ ଆଜିଠୁ ହାଉସ ଫୁଲରେ ଦର୍ଶକ ସିନେମା ହଲକୁ ଯାଇପାରିବେ । ସିନେମା ହଲ ଓ ମଲ୍ ଯିବା ଲାଗି ଭ୍ୟାକସିନ୍ ସାର୍ଟିଫିକେଟ୍ ଓ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆବଶ୍ୟକ ହେବ ନାହିଁ । ମାସ୍କ ପରିଧାନକୁ କିନ୍ତୁ କଡାକଡି ଭାବେ ପାଳନ କରିବେ ଦର୍ଶକ । କୋଭିଡ ନିୟମ ପାଳନ ଦାୟିତ୍ୱ ହଲ୍ ଓ ମଲ୍ ମାଲିକଙ୍କ ଉପରେ ରହିବ ।

ସୂଚନାଯୋଗ୍ୟ, ଆଜିଠୁ ଲାଗୁ ହେଉଛି ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା କୋଭିଡ୍ ଗାଇଡଲାଇନ୍ । ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ଅପେକ୍ଷା ସେପ୍ଟେମ୍ବର ମାସରେ କଟକଣା କୋହଳ କରିଛନ୍ତି । ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ଲାଗୁ ସପ୍ତାହନ୍ତ ସଟଡାଉନ୍ ଆଉ ରହିବ ନାହିଁ । ଦୋକାନବଜାର ଖୋଲିବା ସମୟକୁ ବି ବଢାଯାଇଛି । ଏଣିକି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନବାଜର ଖୋଲା ରହିବ ।