ଆସନ୍ତା ୬ ତାରିଖରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ : ତା ପୂର୍ବରୁ ଖୋଲିବ ହଷ୍ଟେଲ

0
181

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୨/୦୯) : ଆସନ୍ତା ୬ ତାରିଖରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ । କ୍ଲାସ ରୁମରେ ଶିକ୍ଷାଦାନ ଆରମ୍ଭ କରାଯିବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସବୁ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖି ଅବଗତ କରାଯାଇଛି । ପୂର୍ବରୁ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲିବାକୁ କୁହାଯାଇଥିଲା ।

ଆସନ୍ତା ୬ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ସେପ୍ଟେମ୍ବର ୫ ତାରିଖରୁ ହଷ୍ଟେଲ ଖୋଲିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକସ୍ଥଳେ କ୍ଲାସରୁମରେ ଗହଳି କମାଇବାକୁ ବିଭିନ୍ନ ବ୍ୟାଚ କରି ଅଧିକ ସମୟ ଶିକ୍ଷା ଦାନ କରାଇବାକୁ ଏସଓପିରେ ଉଲ୍ଲେଖ ରହିଛି । ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ ଟିଚିଂ ରେକର୍ଡ କରି ସେମାନଙ୍କୁ ପଠା ଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସୂଚନାଯୋଗ୍ୟ, ମହାମାରୀ କରୋନା ପାଇଁ ଶିକ୍ଷାନୁଷ୍ଠାନ ଓ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା । ତେବେ କିଛି ଦିନ ତଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିମନ୍ତେ ସ୍କୁଲ ଖୋଲିବା ସମ୍ପର୍କରେ ଏପର୍ଯ୍ୟନ୍ତ ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ ବୋଲି ସ୍ପଷ୍ଟ କରିଥିଲେ ।