୧୬ ଖଣ୍ଡ ଗୋପାଳ ସମାଜ ତରଫରୁ ପରିଡ଼ା ଗ୍ରାମରେ ନନ୍ଦଉତ୍ସବ ଅନୁଷ୍ଠିତ

0
182

ରିପୋର୍ଟ : ପ୍ରଣତି ଦାଵତ
କାଶୀନଗର,(୦୨/୦୯) : ଗତକାଲି ଗଜପତି ଜିଲ୍ଲା ର ୧୬ ଖଣ୍ଡ ଗୋପାଳ ସମାଜ ତରଫରୁ ଗୁମ୍ମା ବ୍ଲକ ର ପରିଡ଼ା ଠାରେ ନନ୍ଦଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

୧୬ ଖଣ୍ଡ ଗୋପାଳ ସମାଜ ର ଖଦାଳ ଗୌଡ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ଯାଦବ ମହାସଭା ର ସାଧାରଣ ସମ୍ପାଦକ ତଥା ଜିଲ୍ଲା ଆବାହକ ଶ୍ରୀ ହୃଷୀକେଶ ଗୌଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ଗୌଡ ଯାଦବ ସମାଜ ତରଫରୁ ପ୍ରତ୍ୟେକ ଗ୍ରାମ ରେ ଭାଗବତ ଟୁଙ୍ଗୀ, ଓ ଶ୍ରୀକୃଷ୍ଣ ଶିକ୍ଷାକେନ୍ଦ୍ର ଖୋଲିବା କୁ ଏକ ପ୍ରସ୍ତାବ ଦେଇଥିଲେ । ଶ୍ରୀ ରାଜେନ୍ଦ୍ର ଗୌଡ ସଭାକାର୍ଯ୍ୟ ପରିଚାଳନା କରିଥିଲେ । କୈଳାସ ଗୌଡ,କୃଷ୍ଣ ଦୋରା, ମଧ୍ୟ ଭାଷଣ ଦେଇଥିଲେ ।

ଭୋର୍ ରେ ଶ୍ରୀକୃଷ୍ଣ ଙ୍କ ପୂଜା ଅର୍ଚ୍ଚନା କରିଥିଲେ ଓ ନଗର ପରିକ୍ରମା କରାଯାଇଥିଲା । ଶ୍ରେଷ୍ଠ ଦୁଗ୍ଧ ଚଡି ଓମଲୁ ଗୌଡ, ଯୁକ୍ତ ଦୁଇ ରେ ପ୍ରଥମ ହୋଇଥିବା ଯଶୋବନ୍ତ ଗୌଡ ,ଗାୟତ୍ରୀ ଗୌଡ ଓ ସଙ୍ଗୀତ ତଥା କଳାକାର ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରା ଯାଇଥିଲା ।