ସିବିଏମ ଇଣ୍ଡିଆ ଟ୍ରଷ୍ଟ ତରଫରୁ ଶୁଖିଲା ଖାଦ୍ୟ ସାମଗ୍ରୀ ସହ କୋଭିଡ କୀଟ ପ୍ରଦାନ

0
185

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ଟିଟିଲାଗଡ଼,ତା(୦୨/୦୯) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏସ ସି ଡି ଏବଂ ସିବିଏମ ଇଣ୍ଡିଆ ଟ୍ରଷ୍ଟ ବାଙ୍ଗାଲୁର ତରଫରୁ ଟିଟିଲାଗଡ଼ ନିକଟସ୍ଥ ଶାନ୍ତି ନଗର ରେ ୬୦ ଜଣଙ୍କୁ ଶୁଖିଲା ଖାଦ୍ୟ,ସାମଗ୍ରୀ ସହ କୋଭିଡ କୁ ଦୃଷ୍ଟି ରେ ରଖି ହାଇଯିନ ଏବଂ ୱେଲନେସ କିଟ ପ୍ରଦାନ କରାଯାଇଛି ।WhatsApp Image 2021 09 03 at 10.38.48 AM ସିବିଏମ ଇଣ୍ଡିଆ ଟ୍ରଷ୍ଟ ତରଫରୁ ଶୁଖିଲା ଖାଦ୍ୟ ସାମଗ୍ରୀ ସହ କୋଭିଡ କୀଟ ପ୍ରଦାନ

କୋଭିଡ-୧୯ ର ଦ୍ୱିତୀୟ ଲହର ଆସିବା ଯୋଗୁଁ ଅନେକ ସଂଖ୍ୟା ରେ ନିଜର ଜୀବିକା ହରାଇ ତଳିତଳାନ୍ତ ହୋଇ ଯାଇଛନ୍ତି । ଏହାକୁ ଦୃଷ୍ଟି ରେ ରଖି ଟିଟିଲାଗଡ଼ ଏସ ସି ଡି, ଡୋନର ସିବିଏମ ଇଣ୍ଡିଆ ଟ୍ରଷ୍ଟ ସହ ସମ୍ପର୍କ କ୍ରମେ ଏ ଅଞ୍ଚଳର ଭିନ୍ନକ୍ଷମ, ଗରିବ ସୀମାରେଖା ତଳେ ଥିବା ଜନ ସାଧାରଣ ଙ୍କୁ ପାଇଁ ସହଯୋଗ ର ହାତ ବଢ଼େଇ ଥିବା ଜଣାଇଛନ୍ତି । ଯାହାକି ଏସ ସି ଡି କେନ୍ଦ୍ର ରେ କାର୍ଯ୍ୟରତ ବଲାଙ୍ଗିର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାରେ ୩୦୦ ପୁଡିଆ ଶୁଖିଲା ଖାଦ୍ୟ, ୯୦୦ ହାଇଯିନ କୀଟ, ୬୭୫ ୱେଲ ନେସ କିଟ ବଣ୍ଟନ କରାଯିବାର ଯୋଜନା ରହିଛି ।

ଏହି ପରିପ୍ରେକ୍ଷୀରେ ଆଜି ଗୁରୁବାର ଶଗଡ଼ ଘାଟ ପଞ୍ଚାୟତ ରେ ଥିବା ଶାନ୍ତି ନଗର ରେ ରହୁଥିବା କୁଷ୍ଠରୋଗ ଆକ୍ରାନ୍ତ ୬୦ ଜଣ ଙ୍କୁ ଟିଟିଲାଗଡ଼ର ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ (ଆଇ ଏ ଏସ) ଙ୍କ ଦ୍ଵାରା ଏହି କିଟ ବଣ୍ଟନର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଏସ ସି ଡି ସେଣ୍ଟରର ସଭାପତି ରେଭେରେଣ୍ଡ ଏ ଯେ ସି ଛତ୍ରିଆ, ପ୍ରୋଜେକ୍ଟ ଡାଇରେକ୍ଟର ଏମଏମ ଦାସ ,ସମ୍ପାଦକ ଶ୍ରୀମତି ଅଞ୍ଜଳି ବେହେରା, କୋଷାଧ୍ୟକ୍ଷ ତାପସ କୁମାର ମହାରଣା, ସଂଯୋଜକ ଅମିତାବ ବେହେରା, କ୍ଷେତ୍ର ସଂଯୋଜକ ଶୈଳେନ୍ଦୁ କୁମାର ନନ୍ଦ ଏବଂ ସେଣ୍ଟରର ଷ୍ଟାଫ ଙ୍କ ସହଯୋଗ କ୍ରମେ ଏହି କୀଟ ବଣ୍ଟନ କରାଯାଇଛି ।

କୋଭିଡ ଭୟାବହତାକୁ ଆଖି ଆଗରେ ରଖି ତିନୋଟି ଅକ୍ସିଯେନ୍ କର୍ନସର୍ନଟ୍ରେଟର ଏସ ସି ଡି କେନ୍ଦ୍ର କୁ ପ୍ରଦାନ କରାଯାଇଛି, ବୋଲି ପ୍ରୋଜେକ୍ଟ ଡାଇରେକ୍ଟର ଏମ ଏମ ଦାସ ସୂଚନା ଦେଇଛନ୍ତି । ଏହି ପ୍ରକ୍ରିୟା ବର୍ତ୍ତମାନ ବରଗଡ଼,ନୂଆପଡା, ବଲାଙ୍ଗୀର, କଳାହାଣ୍ଡି ପ୍ରମୁଖ ଜିଲ୍ଲା ରେ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ।