ବିଜେପି ନନ୍ଦାହାଣ୍ଡି ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ : ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ

0
208

ରିପୋର୍ଟ : ଏ. ସତୀଶ
ନବରଙ୍ଗପୁର,(୦୩/୦୯) : ବିଜେପି ନନ୍ଦାହାଣ୍ଡି ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ସିନ୍ଧିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ଯୋଗଦେଇ ତୃଣମୂଳ ସ୍ତରରେ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ । 

ବିଜେପି ନନ୍ଦାହାଣ୍ଡି ମଣ୍ଡଳର ସଭାପତି ପ୍ରସାଦ ଷଡଙ୍ଗୀ ଅଧ୍ୟକ୍ଷତା କରି ସ୍ୱାଗତ ଜଣାଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ ଦଳର ସଂଗଠନକୁ ମଜଭୂତ କରିବା ଓ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ରଣନୀତି ପ୍ରସ୍ତୁତ ସଂପର୍କରେ ଆଲୋଚନା କରିଥିଲେ ।

ଏହି ବୈଠକରେ ମାଳିଗୁଡା ପଞ୍ଚାୟତର ମିନିଗୁଡିର ଡମୁ ଅମନାତ୍ୟ,ସେମାନାଥ ସାହୂ, ମାଳିଗୁଡାର ସାହେବ ବିଷୋୟୀ, ଖୁଣ୍ଟିଆର ଡମୁ ପୂଜାରୀ ଓ କମଳ ଲୋଚନ ପୂଜାରୀ, ସିନ୍ଧିଗୁଡାର ସୁନୀଲ ପୂଜାରୀଙ୍କ ସମେତ ୧୫ ଜଣ ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ବୈଠକରେ ଜିଲା ଉପସଭାପତି ସନାତନ ତ୍ରିପାଠୀ, ଜିଲା ସମ୍ପାଦକ ତଥା ସାମାଜିକ ଗଣ ମାଧ୍ୟମ ଜିଲା ସଂଯୋଜକ ଶଙ୍କର ଷଡଙ୍ଗୀ, ଡଙ୍ଗରଭେଜା ମଣ୍ଡଳ ସଭାପତି କୃଷ୍ଣ ନାୟକ,ସାଧାରଣ ସମ୍ପାଦକ ରାମ ବେିଷାୟୀ, ଶ୍ରୀନିବାସ ଶତପଥୀ, ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ବୁଦୁ ନାୟକ, ନଗର ଯୁବମୋର୍ଚ୍ଚା ସଭାପତି ଭିକି ଜେନା, ଜିଲାକାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମଣ ନାୟକ, ଗୋପୀ ଅମନାତ୍ୟ, ବିଭୂ ସୁନା, ଟୁଟୁ ପାତ୍ର, ଅନନ୍ତ ପାଇକ ଓ ବୁଟୁ ପାଇକ ଙ୍କର ସମେତ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।