ଚନ୍ଦ୍ରପୁର ପୋଲିସ ଦ୍ୱାରା ୬୦ କେଜି ଗଞେଇ ସହ ଟଙ୍କା ଓ ୨ ମଟର ସାଇକଲ ଜବତ : ୫ ଗିରଫ

0
248

ରିପୋର୍ଟ : ନରୋତ୍ତମ ପାଢ଼ୀ //
ଚନ୍ଦ୍ରପୁର,(୦୩/୦୯) : ବାରମ୍ବାର ଚନ୍ଦ୍ରପୁର ଅଞ୍ଚଳରେ ଗଞ୍ଜେଇ ଯବତ ସହ ମାଫିଆ ମାନଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ମାଫିଆ ମାନେ ଗଞ୍ଜେଇ ଚୋରା ଚାଲାଣ କରିବାକୁ ପଛାଉ ନାହାନ୍ତି ଅନ୍ୟପଟେ ଚନ୍ଦ୍ରପୁର ପୋଲିସ ମଧ୍ୟ ମାଫିଆ ମାନଙ୍କ ଚାଲାଣକୁ ବାରମ୍ବାର ଭଣ୍ଡୁର କରିଛନ୍ତି l50ddcbbf 3fc3 4aeb a2e8 36c5dcb9e2f7 ଚନ୍ଦ୍ରପୁର ପୋଲିସ ଦ୍ୱାରା ୬୦ କେଜି ଗଞେଇ ସହ ଟଙ୍କା ଓ ୨ ମଟର ସାଇକଲ ଜବତ : ୫ ଗିରଫ

ତେବେ ଏନେଇ ଆଜି ପୁଣି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ପୋଲିସ କୁ ମିଳିଲା ଏକ ବଡ଼ ସଫଳତା । ଚନ୍ଦ୍ରପୁର ଥାନାର ହନୁମନ୍ତପୁର ଓ ଚନ୍ଦ୍ରପୁର ରାସ୍ତାର ଏକ ଛକ ଜାଗାରେ ଗଞେଇ ଚୋରା ଚାଲାଣ ହେଉଥିବା ଖବର ପାଇ ମୁନିଗୁଡା ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଚନ୍ଦ୍ରପୁର ଥାନା ଅଧିକାରୀ ମୁକୁନ୍ଦଦେବ ନାୟକଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଏକ ଟିମ ଗଠନ କରି ମାଫିଆ ମାନେ ଉକ୍ତ ଛକରେ ପହଞ୍ଚି ସେଠାରୁ ୬୦ କେଜି ଗଞେଇ ସହ ୩୨ ଲକ୍ଷ ୧୦ ହଜାର ଟଙ୍କା ନଗଦ,୨ଟି ମଟର ସାଇକେଲ କୁ ଜବତ କରିଥିବା ବେଳେ ୫ଜଣଙ୍କୁ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହେଲେ ପୋଲିସ ଟିମ ।

ଜବତ ଗଞେଇର ଆନୁମାନିକ ମୁଲ୍ୟ ୫ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ତେବେ ଏନେଇ ଚନ୍ଦ୍ରପୁର ଥାନା କେଶ ନମ୍ବର ୩୩/୨୧ରେ ମାମଲା ରୁଜୁ କରି ଉକ୍ତ ଗଞ୍ଜେଇ ଚାଲାଣର ମୁଖ୍ୟ ମାଫିଆ କିଏ ଓ ଏହି ଗଞ୍ଜେଇ କେଉଁ ଅଞ୍ଚଳକୁ ଚାଲାଣ ହେଉଥିଲା ତାହାର ତଦନ୍ତ ଜାରି ରଖିଥିବା ଜଣାପଡିଛି l