ବିବାଦରେ ଦୌଡରାଣୀ ଦୁତିଚାନ୍ଦ : ନବରଙ୍ଗପୁର ଥାନାରେ ପ୍ରତିନିଧି ଦଳ ତରଫରୁ ଏତଲା

0
247

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର,(୦୩/୦୯) : ବହୁ ଚର୍ଚ୍ଚିତ ଦୁତିଚାନ୍ଦଙ୍କ ବିବାଦ ପିଛା ଛାଡୁ ନ ଥିବାବେଳେ,ନବରଙ୍ଗପୁର ଥାନାରେ ମାମଲା ଦାୟର ହେବା ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଥାଉକି ଆନ୍ତର୍ଜାତିକ ଅଲମ୍ପିକ ୧୦୦ ଓ ୨୦୦ ମିଟର ପ୍ରତିଯୋଗିତାରେ ସମ୍ପୂର୍ଣ୍ଣ ବିଫଳ ହେବାପରେ ଗୋଟିଏ ପରେ ଗୋଟିଏ ବିବାଦରେ ଦୌଡରାଣୀ ଦୁତିଚାନ୍ଦ ଛନ୍ଦି ହେବାରେ ଲାଗିଛନ୍ତି ।

ପୁଣିଥରେ ବିବାଦରେ ଦୌଡରାଣୀ ଦୁତିଚାନ୍ଦ | ଅଲମ୍ପିକ ପ୍ରତିଯୋଗିତାରେ ଭାଗ ନେଉଥିବା ଖେଳାଳି ପଛରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ, ଦୁତି ପାଇଁ ସମାନ ବ୍ୟୟ ହେଉଥିଲା, କିନ୍ତି ଦୁତି ଏହାକୁ ହୃଦୟଙ୍ଗମ ନ କରି ଖେଳ ପ୍ରତି ତାଙ୍କ ଧ୍ୟାନ ନାହିଁ ବୋଲି ତାଙ୍କ ମାତା ପିତାଙ୍କ ସହ ଭଉଣୀ ସରସ୍ୱତୀ ଚାନ୍ଦ ଗଣମାଧ୍ୟମ ଜରିଆରେ ନିଜର ଦୁଃଖ ଜାହିର କରିଥିଲେ । ଦୁର୍ଦ୍ଦିନରେ ଜୀବନ ଯାପନ କରୁଥିବା ତାଙ୍କ ମାତା ପିତାଙ୍କୁ ବି ଦୁତିଚାନ୍ଦ ଭୁଲି ଯାଇ , ନିଜ ଭୋଗ ବିଳାଶରେ ଜୀବନ ବିତାଉ ଥିବା ଅଭିଯୋଗ ଆଣିଥିଲେ ।

ଏହି ଖବରଟି ଫୋକସ ପ୍ଲସ ଓଡିଶା ପ୍ରସାରଣ କରିଥିଲା । ଏଥିରେ ଦୁତିଚାନ୍ଦ ଉତ୍କ୍ଷିପ୍ତ ହୋଇ ଖବର ପ୍ରସାରଣ କାହିଁକି କରାଗଲା ବୋଲି ,ଧର୍ମଶାଳା ଫୋକସ ପ୍ଲସ ପ୍ରତିନିଧିଙ୍କୁ ଧମକ ଦେଇଥିଲେ । ଫଳରେ ଫୋକସ ପ୍ଲସ ପ୍ରତିନିଧି ମାନ୍ୟବର ହାଇକୋର୍ଟର ଦ୍ଵାରସ୍ତ ହୋଇଥିଲେ | ମାନ୍ୟବର ହାଇକୋର୍ଟ ତରଫରୁ ଦୁତିଙ୍କୁ ଚାରି ସପ୍ତାହ ମହଲତ ଦେଇଥିଲେ ତାଙ୍କ ପକ୍ଷ ଉପସ୍ଥାପନ କରିବାପାଇଁ, କିନ୍ତୁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ବେଖାତିରି କରି ,ଉଚ୍ଚ ନ୍ୟାୟାଳୟରେ ନିଜ ପକ୍ଷ ନ ରଖି ଗତକାଲି ଏକ ପ୍ରେସ ବାର୍ତା ମାଧ୍ୟମରେ ଫୋକସ ପ୍ଲସ ବିରୁଦ୍ଧରେ ୫ କୋଟି ଟଙ୍କାର ମାନହାନି ମକଦମା ଦାୟର କରିଛନ୍ତି ଦୁତିଚାନ୍ଦ । ଅନ୍ୟ ପକ୍ଷରେ ଫୋକସ ପ୍ଲସ ମୁଖ୍ୟ ପରିଚାଳକ ସୁଧାଂଶୁ ରାଉତ, ଯାହା ତାଙ୍କ ମାତା ପିତା ଓ ଭଉଣୀଙ୍କ ମନ୍ତବ୍ୟ, ବିବୃତିକୁ ଭିତ୍ତି କରି ଖବର ପ୍ରସାରଣ କରି କୌଣସି ଭୁଲ କରି ନାହାନ୍ତି ବୋଲି ସ୍ପଷ୍ଠିକରଣ ରଖିଛନ୍ତି ।

ଫୋକସ ପ୍ଲସ ଓଡିଶା କୌଣସି ମୋତେ କୌଣସି ପ୍ରତିଭାବାନ ଖେଳାଳୀଙ୍କ ସମ୍ମାନକୁ ଆଞ୍ଚ ନ ଆସିବା ଭଳି ସର୍ବଦା ଯତ୍ନବାନ ଥିଲା ବେଳେ ଦୁତି ଫୋକସ ପ୍ଲସକୁ ଅସମ୍ମାନ ଓ ଚ୍ୟାନେଲର ସମ୍ମାନ ହାନି କରିଛନ୍ତି ବୋଲି ଓଲଟା ଅଭିଯୋଗ କରିଛନ୍ତି ସୁଧାଂଶୁ ରାଉତ । ଏହି ପରି ପ୍ରେକ୍ଷୀରେ ସମଗ୍ର ଓଡ଼ିଶାରେ ଫୋକସ ପ୍ଲସ ପକ୍ଷରୁ ରାଜ୍ୟ ତମାମ ଦୁତିଚାନ୍ଦଙ୍କ ବିରୋଧରେ ମାମଲା ଦାୟର କରେଇବା କାର୍ଯ୍ୟସୂଚୀ ରେ ଆଜି ନବରଙ୍ଗପୁର ଥାନାରେ ସଂଜୀବ ନନ୍ଦଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଦୁତି ଚାନ୍ଦଙ୍କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନବରଙ୍ଗପୁର ଥାନା ଅଧିକାରୀ ଶ୍ରୀ ତାରିକ ଅହମଦଙ୍କୁ ଏତଲା ପ୍ରଦାନ କରିଛନ୍ତି । ଏହି ଏତଲା ସମ୍ପର୍କରେ ଥାନା ଅଧିକାରୀ ତାରିକ ଅହମଦଙ୍କୁ ପଚାର ଯିବାରୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

ଅନ୍ୟପଟେ ଦିନକୁ ଦିନ ଭାଷା ସଂଯମତା ହରେଇ ବସୁଥିବା ଦୁତିଙ୍କ ବିରୋଧରେ ପୋଲିସ ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଦେଖିବାକୁ ରହିଲା । ଏହି ଏତଲା ଦେବା ସମୟରେ ଉମରକୋଟ ଫୋକସ ପ୍ଲସ ପ୍ରତିନିଧି ସତ୍ୟ ନାରାୟଣ ରାଉତ, ନବରଙ୍ଗପୁର ସ୍ପେସିଆଲ କୋରେସପୋଣ୍ଡେନସ ବାଲ୍ମୀକି ବିଶୋଇ, ନବରଙ୍ଗପୁର ବ୍ଲକ ରିପୋର୍ଟର ରାଜେଶ ତନ୍ତି, ଫୋକସ ପ୍ଲସ କାମେରା ମ୍ୟାନ ସି ଏଚ ରବି କୁମାର, ଡାବୁଗାଁ ବ୍ଲକ ରିପୋର୍ଟର ସମୀର ଭତ୍ରା, କୋଡିଙ୍ଗା ପ୍ରତିନିଧି କୃଷ୍ଣ ଜନୀ ଉପସ୍ଥିତ ଥିଲେ ।