Friday, March 29, 2024

Top 5 This Week

Related Posts

ଭୁବନେଶ୍ୱର ଅନ୍ଧାରୁଆରେ ପ୍ରତିଷ୍ଠା ହେବ iconic ଆଦର୍ଶ ବିଦ୍ୟାଳୟ : ଗଣଶିକ୍ଷା ମନ୍ତ୍ରୀ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୪/୦୯) : ଭୁବନେଶ୍ୱର ଅନ୍ଧାରୁଆରେ ପ୍ରତିଷ୍ଠା ହେବ iconic ଆଦର୍ଶ ବିଦ୍ୟାଳୟ । ୨୫ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି ବିଦ୍ୟାଳୟରେ ଯୁକ୍ତ ଦୁଇ ଶିକ୍ଷାଦାନ କରାଯିବ । ୫ ତାରିଖ ଗୁରୁ ଦିବସ ଅବସରରେ ଏହି ବିଦ୍ୟାଳୟର ଶୁଭ ଦିଆଯିବ ।

୧୦୦ କୋଟି ଟଙ୍କା ବିନିମୟରେ ଭୁବନେଶ୍ୱର ଅନ୍ଧାରୁଆରେ ପ୍ରତିଷ୍ଠା ହେବାକୁ ଥିବା ଏଡି ବିଦ୍ୟାଳୟରେ ଯୁକ୍ତ ଦୁଇ ପିଲା ପାଠ ପଢ଼ିବେ । ଉଭୟ କ୍ଲାସରେ ୫୦୦ ଲେଖାଏଁ ପିଲା ପାଠ ପଢ଼ିବେ । ରାଜ୍ୟରେ ଥିବା ୩୧୪ ଆଦର୍ଶ ବିଦ୍ୟାଳୟରୁ ବଛା ବଛା ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢିବାକୁ ସୁଯୋଗ ପାଇବେ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

iconic ଆଦର୍ଶ ବିଦ୍ୟାଳୟ ନିର୍ମାଣ ନିମନ୍ତେ ଗତ ବର୍ଷ ସୂଚନା ଦିଆଯାଇଥିବା ବେଳେ ଚଳିତ ବର୍ଷ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ । ଏହି ବିଦ୍ୟାଳୟରେ ଉଚ୍ଚମାନର ଶିକ୍ଷାଦାନ କରାଯିବା ସହ ସମଗ୍ର ରାଜ୍ୟରେ ଥିବା ଆଦର୍ଶ ବିଦ୍ୟାଳୟରେ ଭଲ ନମ୍ବର ରଖୁଥିବା ଛାତ୍ରଛାତ୍ରୀ ଏଠାରେ ପଢ଼ିବାକୁ ସୁଯୋଗ ପାଇବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Popular Articles