ସୁବର୍ଣ୍ଣପୁର ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଆଜାଦୀ କୀ ଅମୃତ ମହୋତ୍ସବରେ ସୁସ୍ଥ ଗଣଦୌଡ ଅନୁଷ୍ଠିତ

0
238

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର,(୪/୯) : ଭାରତ ସ୍ଵାଧିନତାର ୭୫ ବର୍ଷ ପୂର୍ତ୍ତି ର ଅମୃତ ମହୋତ୍ସବ ପାଳନ ଅବସରରେ ଏକ ସୁସ୍ଥ ଗଣ ଦୌଡ ଆଜି ସୁବର୍ଣ୍ଣପୁର ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି |WhatsApp Image 2021 09 05 at 10.23.19 AM ସୁବର୍ଣ୍ଣପୁର ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଆଜାଦୀ କୀ ଅମୃତ ମହୋତ୍ସବରେ ସୁସ୍ଥ ଗଣଦୌଡ ଅନୁଷ୍ଠିତ

ସ୍ଥାନୀୟ ରୋୟାଲ ପଡିଆ ଠାରେ ସୁବର୍ଣ୍ଣପୁର ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲପାଳ ଅଵୋଲୀ ସୁନିଲ ନରୱଣେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ନିଜକୁ ଫିଟ ଏବଂ ସୁସ୍ଥ ରଖିବା ସଙ୍ଗେ ସଙ୍ଗେ ନିଜ ପରିବାର, ବନ୍ଧୁ ପରିଜନ ଏବଂ ସମସ୍ତଙ୍କୁ ସୁସ୍ଥ ଓ ଫିଟ ରହିବା ପାଇଁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେବା ସହିତ ସବଳ ଏବଂ ସମର୍ଥ ରାଷ୍ଟ୍ର ତଥା ସକ୍ରିୟ ଏବଂ ସ୍ୱାବଲମ୍ବୀ ସମାଜ ନିର୍ମାଣ କରିବା ନିମନ୍ତେ ଆମେ ସମସ୍ତେ ପ୍ରତିଦିନ ୩୦ ମିନିଟ ର ଶାରୀରିକ ବ୍ୟାୟାମ କୁ ସୁନିଶ୍ଚିତ କରିବାକୁ ଉପସ୍ଥିତ ସମସ୍ତଙ୍କୁ ସଂକଳ୍ପ ପାଠ କରାଇ ଥିଲେ l

ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଏହି ଅବସରରେ ଆୟୋଜିତ ଫିଟ ଇଣ୍ଡିଆ ଫ୍ରିଡମ ରନ କୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ l ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୭୫ ଜଣ ଯୁବକ ଙ୍କୁ ନେଇ ଅନୁଷ୍ଠିତ ଏହି ଫିଟ ଇଣ୍ଡିଆ ଫ୍ରିଡମ ରନ ରୋୟାଲ ପଡିଆ ରୁ ବାହାରି ସୋନପୁର ବୁଢ଼ାରଜା ଛକ, ସୋନପୁର ବ୍ଲକ ଛକ ପ୍ରଭୁତି ପରିକ୍ରମା କରିଥିଲା lWhatsApp Image 2021 09 05 at 10.23.21 AM ସୁବର୍ଣ୍ଣପୁର ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଆଜାଦୀ କୀ ଅମୃତ ମହୋତ୍ସବରେ ସୁସ୍ଥ ଗଣଦୌଡ ଅନୁଷ୍ଠିତ

ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଅଧିକାରୀ ବୀରେନ୍ଦ୍ର ସିଂ ବୋକେନ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିବା ସହ , ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ବର୍ଷବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସୁସ୍ଥ ଗଣ ଦୌଡ ସ୍ଥାନୀୟ ରୋୟାଲ ପଡିଆଠାରେ ଅନୁଷ୍ଠିତ କରାଯାଉଥିବା ଏବଂ ଜିଲ୍ଲା ର ୭୫ଟି ଗ୍ରାମରେ ମଧ୍ୟ ପର୍ଯ୍ୟାୟ କ୍ରମେ କାର୍ଯ୍ୟକ୍ରମ କରାଯାଉଥିବା ସୂଚନା ଦେଇଛନ୍ତି l

କୋଭିଡ କଟକଣା ଯୋଗୁଁ ସୀମିତ ସଂଖ୍ୟକ ଯୁବକ ଯୁବତୀଙ୍କୁ ନେଇ କୋଭିଡ ମାର୍ଗଦର୍ଶିକା ପ୍ରତିପାଳନ ଅନୁସାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ଦ୍ୱାରା ସାରା ଭାରତରେ ସୁସ୍ଥତା ପାଇଁ ଏକ ଆନ୍ଦୋଳନ ସୃଷ୍ଟି ହୋଇପାରିବ ବୋଲି ଆଶାବ୍ୟକ୍ତ କରାଯାଉଛି l

କାର୍ଯ୍ୟକ୍ରମ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଅଶ୍ବିନୀ କୁମାର ଭୋଇ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବିପିନ ବିହାରୀ ଜେନା, (ଏ ପି ଏ )ଏନ ୱାଇ କେ,ଡ଼ଃ ଦେବାଶିଷ ପାଣ୍ଡିଆ, ଅଧ୍ୟକ୍ଷ, ଉଲୁଣ୍ଡା ମହାବିଦ୍ୟାଳୟ, ଉମାକାନ୍ତ ନାଗ, ଜିଲ୍ଲା ସଂଯୋଜକ, ୟୁଥ ରେଡକ୍ରସ,ସୋନପୁର ମହାବିଦ୍ୟାଳୟ, ଦୁର୍ବାସା ପ୍ରଧାନ ଏନଏସଏସ, ପ୍ରୋଜେକଟ ଅଫିସର, ମନୋଜ ଅଗ୍ରୱାଲ-ସଭାପତି, ଅମିତ ଅଗ୍ରୱାଲ- ସମ୍ପାଦକ, ମାରୱାଡି ଯୁବ ମଞ୍ଚ, ରାକେଶ ନାଗ, ରୋୟାଲ ସ୍ପୋର୍ଟିଂ, ଶିବଶଙ୍କର ନାୟକ- ସଭାପତି, ତାପସ କୁମାର ବେହୁରା- ସମ୍ପାଦକ ବୁଢାରଜା ୟୁଥ ଏସୋସିଏସନ, ତଥା ଜିଲ୍ଳା ର ବିଭିନ୍ନସ୍ବେଛାସେବୀ ଅନୁଷ୍ଠାନ ର ଯୁବକ, ନେହେରୁ ଯୁବ କେନ୍ଦ୍ର ସ୍ବେଛାସେବୀ, ପୂର୍ବତନ ଏନ ୱାଇ ଭି, ସାମ୍ବାଦିକ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l