Friday, March 29, 2024

Top 5 This Week

Related Posts

ଅବକାରୀ ବିଭାଗ ଦ୍ଵାରା ୪୪ ଲିଟର ବିଦେଶୀ ମଦ ଓ ୨୩ ଲିଟର ବିୟର ଜବତ

ରିପୋର୍ଟ : ସୁଶାନ୍ତ ବେହେରା
ବୋୖଦ୍ଧ, (୦୫/୦୯) : ବୋୖଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଅନ୍ତର୍ଗତ ନାରାୟଣ ପ୍ରସାଦ ଗ୍ରାମରେ ଅବକାରୀ ବିଭାଗ ଦ୍ଵାରା ଗତକାଲି ଅପରାହ୍ନ ୪ ଟା ବେଳେ ଚୋରା ବିଦେଶୀ ମଦ ବିକ୍ରି କରୁଥିଵା ଏକ ଘରେ ଚଢ଼ାଉ କରି ୪୪ ଲିଟର ବିଦେଶୀ ମଦ ଓ ୨୩ ଲିଟର ବିୟର ଜବତ ହୋଇଛି ।

ଏଥି ସହିତ ଏହି ବେଆଇନ ମଦ ଓ ବିୟର କାରବାର ରେ ସଂପୃକ୍ତ ଥିବା ଅଭିଯୋଗ ରେ ଉଦୟନାଥ ସାହୁ ନାମକ ଜଣେ ବ୍ୟକ୍ତି ଙ୍କୁ ଅବକାରୀ ବିଭାଗ ଦ୍ଵାରା ଗିରଫ କରାଯାଇଥିବା ଜଣା ପଡିଛି । ବୋୖଦ୍ଧ ଅବକାରୀ ଇନ୍ସ୍ପେକଟର ରୂପେ ସମୁଖୀ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ମଧ୍ୟ ଏହି ଚଢ଼ାଉ ରେ ଅଂଶ ଗ୍ରହଣ କରିଥିଲେ । ନିଶା ବିକ୍ରୟ କରୁଥିବା ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବିଭାଗୀୟ ସୂତ୍ର ରୁ ଜଣାପଡ଼ିଛି ।

Popular Articles