ନୂଆ ବି ଇ ଓ ଆଦିକନ୍ଦ ଗମାଙ୍ଗ ଙ୍କ କାର୍ଯ୍ୟାଳୟରେ ଯୋଗଦାନ : ବ୍ଲକ୍ ସ୍ତରୀୟ ଗୁରୁ ଦିବସ ପାଳିତ

0
327

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୦୫/୦୯) : ଗତକାଲି କାଶୀନଗର ବି ଇ ଓ କାର୍ଯ୍ୟାଳୟରେ ବ୍ଲକ୍ ସ୍ତରୀୟ ଗୁରୁ ଦିବସ ପାଳିତ ହୋଇଯାଇଛି । ନୂଆ ବି ଇ ଓ ଆଦିକନ୍ଦ ଗମାଙ୍ଗ କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି | ବରିଷ୍ଠ ଶିକ୍ଷକ ଶ୍ରୀ ଦେବରାଜ ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ଓ ମୁଖ୍ୟ ବକ୍ତା ଭାବେ ଡ.ବୃଷ କେତୁ ଦାସ (ପୂର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ) ଯୋଗ ଦେଇଥିଲେ |

ସମ୍ମାନିତ ଅତିଥି ଭାବେ ନୂଆ ବି ଇ ଓ ଶ୍ରୀ ଆଦିକନ୍ଦ ଗମାଙ୍ଗ,ବିଶିଷ୍ଟ ଶିକ୍ଷାବିତ୍ ବିଚିତ୍ର ନନ୍ଦ ବେବର୍ତ୍ତା,ବିଶିଷ୍ଟ ଗୁରୁ ରଘୁନାଥ ପାତ୍ର,କବି ପ୍ରଶାନ୍ତ ମିଶ୍ର ଯୋଗ ଦେଇଥିଲେ । ପୂର୍ବତନ ଶିକ୍ଷା ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା, ନୂତନ ଶିକ୍ଷା ଅଧିକାରୀ ଶ୍ରୀ ଗମାଙ୍ଗ ଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା । ଅତିରିକ୍ତ ଶିକ୍ଷା ଅଧିକାରୀ ସୁଶ୍ରୀ ମୀନା ବେହେରା,ଟି.କିଶୋର, ଜେ.କାରେୟା ଯୋଗ ଦେଇଥିଲେ ।

ସି ଆର୍ ସି ସି ଗୋପାଳ ରାଓ,ମୋହନ ରାଓ,ଶ୍ରୀନିବାସ,ମାଗତା ଶବର ମଧ୍ୟ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ ଏମ୍.ଶ୍ରୀନିବାସ ,ମଧୁବାବୁ ଦେବରାଜ ଜେନା ଙ୍କ ଉଦ୍ୟମ ରେ ଏତେ ବଡ କାର୍ଯ୍ୟକ୍ରମ ଆୟୋଜନ ହୋଇ ପାରିଥିଲା । ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ଶିକ୍ଷକ ଶ୍ରୀ ସ୍ରିନୁ ଓମଧୁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଛନ୍ତି ।