ସଙ୍ଗୀତ ଗୁରୁ ରଘୁନାଥ ଙ୍କୁ କାଶୀନଗର ବ୍ଲକ୍ ଶିକ୍ଷକ ସମାଜ ତରଫରୁ ସମ୍ବର୍ଦ୍ଧନା

0
178

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୫/୯) : ଗତକାଲି କାଶୀନଗର ବ୍ଲକ୍ ଶିକ୍ଷକ ସମାଜ ଓ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ତରଫରୁ ଚଳିତ ବର୍ଷ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସଙ୍ଗୀତ ଗୁରୁ ରଘୁନାଥ ପାତ୍ରଙ୍କୁ ପୁଷ୍ପ ଗୁଚ୍ଛ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ପାରଳା ମାଟିର ସନ୍ତାନ ସଙ୍ଗୀତ ଗୁରୁ ରଘୁନାଥ ଦୀର୍ଘ ସାଧନା ବଳରେ ଏହି ପୁରସ୍କାର ପାଇଥିବାରୁ ତାଙ୍କୁ ଭୂୟସୀ ପ୍ରଶଂସା କରାଯାଇଥିଲା ।