ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ : କୋଭିଡ଼ ଶିଶୁ ଚିକିତ୍ସା ଉପରେ ନିଷ୍ପତ୍ତି

0
226

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୬/୦୯) : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ ହଲ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠି ଙ୍କ ତତ୍ୱବାଧାନରେ ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳର ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଶିଶୁ ଙ୍କ ପାଇଁ ୫୦ ଶଯ୍ୟା ବିଶିଷ୍ଠ ମେଡିକାଲ ସ୍ଥାପନ ପାଇଁ ସ୍ଥିର ହୋଇଥିଲା ।WhatsApp Image 2021 09 07 at 9.22.40 AM ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ : କୋଭିଡ଼ ଶିଶୁ ଚିକିତ୍ସା ଉପରେ ନିଷ୍ପତ୍ତି

ଜିଲ୍ଲା ସ୍ତରରେ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର (CHC ) ଏବଂ ଗ୍ରାମ ସ୍ତରରେ ସ୍ଵାସ୍ଥ୍ୟ କେନ୍ଦ୍ର ( PHC ) ଗୁଡିକରେ କୋଭିଡ଼ ଶିଶୁ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ଅଭିଭାବକମାନେ ନିଜର ପିଲାମାନଙ୍କ ପ୍ରତି ସଜାଗ ହେବାକୁ ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ସମୀକ୍ଷା ବୈଠକ ରେ ଜିଲ୍ଲାପାଳ ପରାମର୍ଶ ଦେବା ସହ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀମାନେ ମଧ୍ୟ ସଜାଗ ରହିକରି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସଜାଗ ରହିବାକୁ କହିଛନ୍ତି । ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ କର୍ମୀମାନେ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ନିୟମିତ ଭାବେ ଆଣ୍ଟିଜେନ ଏବଂ ଆଇଟି ପିସିଆରେ ଟେଷ୍ଟ ହେଲେ ସଂକ୍ରମିତମାନେ ଚିହ୍ନଟ ହେବା ସହିତ ସଂକ୍ରମଣକୁ ରୋକା ଯାଇ ହ୍ରାସ କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । ସେଥିପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ତା ଜ୍ୟୋତିଷ ଚନ୍ଦ୍ର ମହାପାତ୍ର , ଡିସି ଏମ , ଏନ ଏ ଏମ ସୋନାଲୀ ପ୍ରିୟଦର୍ଶନୀ ଅବଗତ କରାଇବା ସହ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୫ ଲକ୍ଷ ୯୨ ହଜାରରୁ ଅଧିକ ଲୋକଙ୍କୁ ଟୀକା ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରିଥିଲେ ।WhatsApp Image 2021 09 07 at 9.22.41 AM ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ : କୋଭିଡ଼ ଶିଶୁ ଚିକିତ୍ସା ଉପରେ ନିଷ୍ପତ୍ତି

ଆଗାମୀ ଗଣେଶ ପୂଜାକୁ ଦୃଷ୍ଟିରେ ରଖି କୋରନା ପ୍ରୋଟୋକଲ ନିୟମକୁ କଡାକଡି ପାଳନ କରିବାକୁ ସମ୍ପୂର୍ଣ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଭିସି ସମୟରେ ଅତିରିକ୍ତ ଜିଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରିପାଠୀ , ମେଡିକାଲ ସୁପରେ ଶ୍ରୀ କସାହୁ ନାୟକ , ପୌର ନିର୍ବାହୀ ଅଧିକାରୀ , ଶ୍ରୀ ଅତନୁ କୁମାର ସାମନ୍ତ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ହାତୀ ଜେରା ପାଇଁ ଆପତକାଳୀନ ଅଧିକାରୀ ଶ୍ରୀ ସ୍ମୃତି ଇନ ମହାପାତ୍ର , ଏନ ଏ ଏମ , ଚିପି ଏମ , ସୋନାଲା ପ୍ରିୟଦର୍ଶିନୀ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।