କଳାହାଣ୍ଡି ସାଂସଦ ମରୁଡି ଅଞ୍ଚଳ କଲେ ପରିଦର୍ଶନ

0
305

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,ତା(୭/୯) : କଳାହାଣ୍ଡି ସାଂସଦ ମରୁଡି ଅଞ୍ଚଳ କଲେ ପରିଦର୍ଶନ | ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଶିକରପାଇ ଦେଇ କୋରାପୁଟ ଗସ୍ତ ବେଳେ ରାଜ୍ୟରେ ମୌସୁମୀ ବର୍ଷାର ପ୍ରଭାବ ସୁନ ହେବାରୁ ସ୍ୱଳ୍ପ ବୃଷ୍ଟି ପାତ ଯୋଗୁଁ ଚାଷ କରିବାରେ ବାଧାପ୍ରାପ୍ତ ହେଇଛି । ଏହାର ପ୍ରଭାବରେ ଶତକଡା ମାତ୍ର ତିରିଶି ପ୍ରତିଶତ ଜମିରେ ଧାନ ଚାଷ ହେଇଥିବା ବେଳେ ବଳକା ଜମିରେ ଧାନ ଚାଷ ହେଇପାରିନି ଯାହା ହେଇଛି ସେଥିରେ ବି ବଞ୍ଚାଇବା କଷ୍ଟକର ବୋଲି ଚାଷୀ ଦିଲୀପ ମିଣିଆକା କହିଛନ୍ତି ।3b1e8b7c 09e7 4904 b8fe a342f372bb7b କଳାହାଣ୍ଡି ସାଂସଦ ମରୁଡି ଅଞ୍ଚଳ କଲେ ପରିଦର୍ଶନ

ସେହି ପରିସ୍ଥିତି କୁ ନଜରରେ ରଖି ରାଜ୍ୟର ଏକ ପ୍ରତିନିଧି ଦଳ ପୂର୍ବତନ ରାଜ୍ୟ ବି ଜେ ପି ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଙ୍କ ନେତୃତ୍ୱରେ ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକଙ୍କ ସହ ରାୟଗଡା ରେ ପହଞ୍ଚୀ ଜିଲ୍ଲା ସଭାପତି ଶିବ ପଟନାୟକ ଓ ଜିଲ୍ଲା ନେତୃବର୍ଗଙ୍କ ସହ ବସି ଅଞ୍ଚଳର ଏଗାର ଗୋଟି ବ୍ଳକ ର ମରୁଡି ପରିସ୍ଥିତି ପଚାରି ବୁଝିଥିଲେ । ତାପରେ ସକାଳୁ କୋଲନରା ବ୍ଲକ ରିଭଲକୋଣା, ଗାଡ଼ିଶେଷଖାଲ ଓ ଭେଜା ଗ୍ରାମ ର ଚାଷ ଜମି କୁ ଦେଖିଥିଲେ । ତା ପରେ କଲ୍ୟାଣ ସିଂହପୁର ବ୍ଲକ ଶିକର ପାଇ ପଞ୍ଚାୟତ ର ଧାମଲିମା ଗ୍ରାମର ଚାଷ ଜମି କୁ ଦେଖିବା ବେଳେ ରାମଚନ୍ଦ୍ର ମିଣିଆକା, ସାରାବୁ ମିଣିଆକା, ବିନ୍ଦା ମିଣିଆକା ଡମ୍ବୁରୁ କୃଷିକା ଙ୍କୁ ଭେଟି ମରୁଡି ପରିସ୍ଥିତିର ଅନୁଧ୍ୟାନ କରି ଥିଲେ ।bb221f63 b3eb 4892 9b40 49dc3b2510ae କଳାହାଣ୍ଡି ସାଂସଦ ମରୁଡି ଅଞ୍ଚଳ କଲେ ପରିଦର୍ଶନ

ଗଣ ମାଧ୍ୟମ ପ୍ରତିନିଧି ଙ୍କୁ କହିଥିଲେକି ଚଳିତ ବର୍ଷ ମରୁଡି ପରିସ୍ଥିତି ଉତ୍କଟ ରୂପ ନେଇଛି ରବି ଫସଲ ପାଇଁ ବିହନ ,ସାର, କୃଷି ବୀମା ପ୍ରଦାନ, ଚାଷୀଙ୍କୁ ଋଣ ଛାଡ ପାଇଁ ବିଧାନସଭା ପ୍ରଶ୍ନକାଳରେ ପାର୍ଟି ପ୍ରସଙ୍ଗ ଉଠାଇବା ସହ ଚାଷୀ ସବୁ ସୁବିଧା ଯୋଗାଇଦେବା ପାଇଁ ଚାପ ପକାଇବୁ ବୋଲି କହିଛନ୍ତି । ସେହିଭଳି ଶିକରପାଇ ଛକରେ ପହଞ୍ଚି ଥିଲେ । ସେରିଗୁମା, ଭାଲୁମାସ୍କ,ଚିଛିମି, ଲେଳିବାଡି, ସିକପାଇ ଗାଁ ଓ ପଞ୍ଚାୟତର ପଚାଶ ପ୍ରତିଶତ ଜମିରେ ଧାନ ରୁଆ ହୋଇନଥିବା ଚାଷୀ ମାନେ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଭେଟି ନିଜ ଅଭିଯୋଗ କରିଥିଲେ । ତାପରେ କାଶୀପୁର ବ୍ଲକ ର ଗୋଡିବାଲି ପଞ୍ଚାୟତର ନୂଆଗାଁ, ବନ୍ଧମାଣ୍ଡି,କଞ୍ଜ।ଙ୍ଗ ମଣ୍ଡି, ଗାଁ ଲୋକ ଭେଟିଥିଲେ।, ତା ପରେ ମାଣ୍ଡିବିଶି, ତଲଝିରି ଦେଇ କାଶୀପୁର ପହଞ୍ଚି ଥିଲେ। କାଶୀପୁର ଚାଷୀଙ୍କ ଜମି ଦେଖି ଦୁଃଖ ପ୍ରକାଶ କରିଥିଲେ ।f71d9fb4 7c18 4c7d 884c 9216de205261 କଳାହାଣ୍ଡି ସାଂସଦ ମରୁଡି ଅଞ୍ଚଳ କଲେ ପରିଦର୍ଶନ

ନୂଆ ମାଝୀ ଓ ଦମ୍ବୁରୁ ମାଝୀ ପ୍ରତିନିଧି ଦଳକୁ ଭେଟି କହିଥିଲେ ଯେ ଚଳିତ ବର୍ଷ କାଶୀପୁର ରେ ଦଶ ପ୍ରତିଶତ ମଧ୍ୟ ଚାଷ ହେଇନି ତେଣୁ ଚଳିତ ବର୍ଷ ଜନ ସାଧାରଣ କଷ୍ଟ ଭୋଗିବେ ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଜଣାଇ କହିଛନ୍ତି ।

ଏହି ପ୍ରତିନିଧି ଦଳରେ ରାଷ୍ଟ୍ରୀୟ ଆଦିବାସୀ ମୋର୍ଚା ସମ୍ପାଦକ କାଳୀରମ ମାଝୀ, ରାୟଗଡା ବିଧାୟକ ପାର୍ଥୀ ବସନ୍ତ ଉଲକା, ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ନିଳାଦ୍ରୀ ବିହାରୀ ପାତ୍ର, ଯୁବମୋର୍ଚା ସଭାପତି ଦେବାଶିଷ ପଣ୍ଡା,ମଇନା ଆଚାର୍ଯ୍ୟ, ଶିକରପାଇ ମଣ୍ଡଳର, ସଭାପତି ମନୋଜ କୁମାର ସେଠୀ, ପଞ୍ଚାୟତ ସଭାପତି ରୁଦ୍ର ଖଣ୍ଡରିଆ, ମହିଳା ମୋର୍ଚ୍ଚା ସଭାପତି ପ୍ରମିଳା ନାୟକ, ଜଗନାଥ ଗେମ୍ବାଲି, ମକର, ଏନ ସମେଶ, ଓ ପଚାଶ ରୁ ଅଧିକ କର୍ମୀ ଯୋଗ ଦେଇଥିଲେ ।