୩୬ ତମ ଜାତୀୟ ଚକ୍ଷୁଦାନ ପକ୍ଷ ବୌଦ୍ଧ ଜିଲ୍ଲା ତାଲିମ କେନ୍ଦ୍ର ଠାରେ ପାଳିତ

0
190

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୭/୦୯) : ଆଜି ଜାତୀୟ ସ୍ୱାସ୍ଥ୍ୟ ମିଶନର ବୌଦ୍ଧ ଜିଲ୍ଲା ତାଲିମ କେନ୍ଦ୍ର ଠାରେ ୩୬ ତମ ଜାତୀୟ ଚକ୍ଷୁ ଦାନ ପକ୍ଷ -୨୦୨୧ ପାଳିତ ହୋଇଛି | ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞlପିତ ଅଂଚଳ ର ସମସ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ, A.N.M. ତାଲିମ କେନ୍ଦ୍ରର ସମସ୍ତ ଛାତ୍ରୀ ମାନେ ଯୋଗ ଦେଇଥିଲେ |

ସଭା ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପତାକା ଦେଖାଇ ୩୬ ତମ ଜାତୀୟ ଚକ୍ଷୁଦାନ ପକ୍ଷ ଅବସରରେ ଚକ୍ଷୁ ଦାନ ନିମନ୍ତେ ପ୍ରସ୍ତୁତ ହୋଇଥିବା ରଥକୁ ଶୁଭାରମ୍ଭ କରିଥିଲେ | ଏହାପରେ ଏକ ରାଲି ଅନୁଷ୍ଠିତ ହୋଇଥିଲା | ଚକ୍ଷୁ ଦାନ, ଅନ୍ଧିତ୍ୱ ଦୂରୀକରଣ ନିମନ୍ତେ ସଚେତନତା ବୃଦ୍ଧି କରିବା ଉଦେଶ୍ୟରେ ଅଗଷ୍ଟ ୨୫ ରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ୧୫ ଦୀନ ବ୍ୟାପି ଜିଲ୍ଲା ସ୍ତରରେ ପାଳିତ ହୋଇଛି | ଜିଲ୍ଲା ମୁଖ୍ୟ ଚକ୍ଷୁ ବିଶେଷଜ୍ଞ ଡା. ବଲ୍ଲଭ ଚନ୍ଦ୍ର ପ୍ରଧାନ ଚଳିତ ବର୍ଷର ବାର୍ତ୍ତା “ମୃତ୍ୟୁ ପରେ ମଧ୍ୟ ରହନ୍ତୁ ଜୀବନ୍ତ, ଚକ୍ଷୁ ଦାନ କରି ଦୂର କରନ୍ତୁ ଅନ୍ଧତ୍ୱ “ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ | ଜିଲ୍ଲା ସ୍ୱାସ୍ଥ୍ୟଧିକାରୀ ପ୍ରଦୋଷ କୁମାର ମହାପାତ୍ର ଚକ୍ଷୁ ଦାନ ମହତ୍ୱ ଉପରେ ଆଲୋକପାତ କରିଥିଲେ |

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା.ଭଞ୍ଜ କିଶୋର ରାମଚନ୍ଦ୍ର ଦେଓ ହେମ୍ରମ, D.P.M. ରୂପକ କୁମାର ମହାପାତ୍ର, A.N.M. ତାଲିମ କେନ୍ଦ୍ରର ଅଧ୍ୟକ୍ଷା ରିତାଞ୍ଜଳୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ | A.D.P.H.C.O. ସୁନୀଲ କୁମାର ନାୟକ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ |