Friday, March 29, 2024

Top 5 This Week

Related Posts

ଜିଲ୍ଲା ପାଳ ରାୟଗଡ ଙ୍କ ରାୟଗଡ ବ୍ଲକ ଗସ୍ତ : ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୭/୯) : ଜିଲ୍ଲା ପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ର ରାୟଗଡ ବ୍ଲକର ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ l ଗୁମ୍ମା ଗ୍ରାମ ପଂଚାୟତର ପ୍ରଥମେ ଗସ୍ତ କରି ଅଙ୍ଗନବାଡି କେନ୍ଦ୍ରରେ ପହଂଚିଥିଲେ ସେଠାରେ ଶିଶୁ ମାନଙ୍କ ନିମନ୍ତେ ଥିବା ଦ୍ରବ୍ୟ ଉପକରଣ ବିଷୟରେ ଉପାଦେୟତା ଉପରେ ଆଲୋଚନା କରିଥିଲେ l526eafe3 889b 4b9a 8297 0f3fe6c69bf1 ଜିଲ୍ଲା ପାଳ ରାୟଗଡ ଙ୍କ ରାୟଗଡ ବ୍ଲକ ଗସ୍ତ : ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ଅଙ୍ଗନବାଡି କେନ୍ଦ୍ରରେ ଉପସ୍ଥିତ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଵ୍ୟାଙ୍କ ଲୋନ ନେଇ ବେପାର ବାଣିଜ୍ୟ କରିବାକୁ ପରାମର୍ଶ ଦେଇଥିଲେ ବାହାର ଲୋକ ଆସି ସଦସ୍ୟା ମାନଙ୍କୁ ହଇରାଣ କରୁଥିବା ଜାଣି କେବଳ ସରକାରୀ କର୍ମଚାରୀ ମାନଙ୍କୁ ବିଶ୍ୱାସ କରିବାକୁ କହିଥିଲେ l ଅଙ୍ଗନବାଡି କେନ୍ଦ୍ରରେ ଛତୁଆ, ଅଣ୍ଡା ଠିକ ଭାବେ ବଣ୍ଟା ଯାଉଛି କି ନାହିଁ ପଚାରି ବୁଝିଥିଲେ l ଗୁମା ଆଟିଆଇକୁ ସ୍ୱୟଂସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରିବାକୁ ଜିଲ୍ଲା ପାଳ ରାୟଗଡ ନିର୍ଦେଶ ଦେଇଥିଲେ l

କୋଭିଡ ଟୀକା ନେଇ ନ ଥିବା ବ୍ୟକ୍ତି ମାନଙ୍କୁ ସଚେତନ କରି ଟୀକାକରଣ କରିବାକୁ ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ପରାମର୍ଶ ଦେଇଥିଲେ l ଏହାପରେ ଗୁମ୍ମା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟରେ ଥିବା ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ସହିତ ସର୍ବନିମ୍ମ ଶିକ୍ଷଣୀୟ ସ୍ଥର ବିଭିନ୍ନ ପ୍ରଶ୍ନ ପଚାରିଥିଲେ l ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପାଠପଢା ଉପରେ ଧ୍ୟାନ ଦେବାକୁ ନିର୍ଦେଶ ଦେଇଥିଲେ l ଉଚ୍ଚ ବିଦ୍ୟାଳୟର ପରିସ୍ରାଗାର ଅନୁଧ୍ୟାନ କରିଥିଲେ l ଏହାପରେ ଖମ୍ବେସୁ ଗସ୍ତ କରି ସେଠାରେ ସୌରଚାଳିତ ପମ୍ପ ଯୋଗେ ପିଇବା ପାଣି ଯୋଗାଣ ପ୍ରକଳ୍ପ ନୁଧ୍ୟାନ କରିଥିଲେ l ଖମ୍ବେସୀ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ଶିଶୁ ମାନଙ୍କୁ ଚକଲେଟ ବାଣ୍ଟିଥିଲେ lb0141e0a 79d1 4d38 82ca 5d466969ece3 ଜିଲ୍ଲା ପାଳ ରାୟଗଡ ଙ୍କ ରାୟଗଡ ବ୍ଲକ ଗସ୍ତ : ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ଗାଁରେ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଦିନଦୟାଲ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ଦକ୍ଷତା ବିକାଶ ତାଲିମ ଦେବା ପାଇଁ ଓଲେମ ଡିପିଏମଙ୍କୁ ନିର୍ଦେଶ ଦେଇଥିଲେ l ଗ୍ରାମର ଲୋକମାନେ ଅଭିଯୋଗ କରିଥିଲେ ଯେ ବିଦ୍ୟୁତ ସମସ୍ୟା ଯୋଗୁଁ ପିଲା ମାନେ ଠିକ ଭାବରେ ପାଠ ପଢ଼ୁନାହାନ୍ତି ବୋଲି ଗାଧୁଆ ଘର ଓ ଶୌଚାଳୟ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ l

ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପିଡି ଡ଼ିଆରଡ଼ିଏ, ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମୀ ନାରଣ ସାବତ, ଅତିରକ୍ତ ବିଡ଼ିଓ ଶ୍ରୀ କାଳୁଚରଣ ନାଏକ , ସିଡିପିଓ, ଏବଂ ଅନ୍ୟନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles