Friday, March 29, 2024

Top 5 This Week

Related Posts

“ସମାଜ”ର ପୂର୍ବତନ ଜିଲ୍ଲା ପ୍ରତନିଧିଙ୍କ ପରିବାରକୁ ମିଳିଲା ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,(୫/୯) : ଦୈନିକ ସମ୍ବାଦ ପତ୍ର “ସମାଜ”ର ପୂର୍ବତନ ଜିଲ୍ଲା ପ୍ରତିନିଧି ସ୍ବର୍ଗତ ସୁରେଶ ଚନ୍ଦ୍ର ପାଢ଼ୀଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗତକାଲି ସେପ୍ଟେମ୍ବର ୪ତାରିଖ ଦିନ ୪(ଚାରି )ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।

“ସମାଜ”ର ପୂର୍ବତନ ଜିଲ୍ଲା ପ୍ରତନିଧି ସ୍ବର୍ଗତ ପାଢ଼ୀ ଗତ ୨୦‍୧୮ ଡ଼ିସେମ୍ବର ମାସ ୩୧ ତାରିଖରେ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ l ମୃତ୍ୟୁ ପରେ ତାଙ୍କ ପରିବାରଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା ପ୍ରଦାନ ନିମନ୍ତେ ତାଙ୍କର ଆବଶ୍ୟକୀୟ କାଗଜ ପତ୍ର ୨୦୨୦ ମସିହାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ସରକାରଙ୍କ ନିକଟକୁ ପ୍ରେରଣ କରାଯାଇଥିଲା l

ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହାକୁ ବିଚାର କରି ଗତକାଲି ସ୍ବର୍ଗତ ପାଢ଼ୀଙ୍କର ପତ୍ନୀଙ୍କ ଵ୍ୟାଙ୍କ ଖାତାକୁ ଚାରିଲକ୍ଷ ଟଙ୍କା ସିଧାସଳଖ ଟ୍ରାନ୍ସଫର କରିଥିବାରୁ ସ୍ୱର୍ଗତ ସାମ୍ବାଦିକ ଶ୍ରୀ ପାଢ଼ୀଙ୍କ ସ୍ତ୍ରୀ ସଂଗୀତା ପାଢ଼ୀ ଓଡିଶା ସରକାରଙ୍କୁ,ବିଶେଷ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ, ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଏବଂ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି l ଏହି ଖବର ପାଇ ରାୟଗଡ ଜିଲ୍ଲାର କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନେ ମଧ୍ୟ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles