ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ରାୟଗଡା ଜିଲ୍ଲାରେ ଜାତୀୟ ପୁଷ୍ଟି ସପ୍ତାହ ପାଳନ

0
222

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,(୫/୯) : ସେପ୍ଟେମ୍ବର ମାସ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ପୁଷ୍ଟି ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ରାୟଗଡା ଜିଲ୍ଲାର ସମସ୍ତ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟେକ ଦିନ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ପୁଷ୍ଟି ସପ୍ତାହ ପାଳନ କରାଯାଇଛି ।23766d3f f01f 465c ae25 382b90034e67 ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ରାୟଗଡା ଜିଲ୍ଲାରେ ଜାତୀୟ ପୁଷ୍ଟି ସପ୍ତାହ ପାଳନ

କଲ୍ୟାଣସିଂପୁର ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ ସେରିଗୁମା କେନ୍ଦ୍ରରେ ପଞ୍ଚାୟତ ସ୍ତରୀୟ ପୁଷ୍ଟି ସପ୍ତାହ ପାଳନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ସମନ୍ଵିତ ଶିଶୁ ବିକାଶ ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ, ଆକ୍ସନଏଡ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ଓ କଲ୍ୟାଣସିଂପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସଞ୍ଜୁରାଣୀ ମିଶ୍ର ଙ୍କ ସମେତ ଶିଶୁ ବିକାଶ ପ୍ରକଳ୍ପର ପରିଦର୍ଶିକା ଜ୍ଯୋତି ଲକ୍ଷ୍ମୀ ପାତ୍ର, ସ୍ୱାସ୍ଥ୍ୟ କର୍ମୀ ମାନେ ଓ ଆଶା, ଅଙ୍ଗନୱାଡି କର୍ମୀ ମାନେ ଯୋଗଦେଇଥିଲେ ।

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବେହେରା ଖାଦ୍ୟ ଖାଇବା ଓ ଶିଶୁ ମାନଙ୍କୁ ଖାଦ୍ୟ ଖୁଆଇବା ସମୟରେ ପୁଷ୍ଟିର ପରିମାଣ ପ୍ରତି ନଜର ଦେବା ସହିତ ଗର୍ଭବତୀ ମହିଳା ମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ରହିବା ଏବଂ ଦିନବେଳା ୨ ଘଣ୍ଟା ଓ ରାତ୍ରିରେ ୮ ଘଣ୍ଟା ବିଶ୍ରାମ ନେବା ଉପରେ ଗୁରୁତ୍ଵ ଦେଇଥିଲେ । ବୟସ ଅନୁସାରେ ଶିଶୁ କୁ ପେଟ ପୁରା ଖାଦ୍ୟ ସହିତ ନିଜ ଘର ଓ ପରିବେଶ ଭିତରେ ଥିବା ଶାଗ, ପନିପରିବା ଖାଇବା ଓ ଖୁଆଇବା ପ୍ରତି ନଜର ଦେବା ପାଇଁ ଉପସ୍ଥିତ ଗର୍ଭବତୀ ଓ ପ୍ରସୂତୀ ମହିଳା ମାନଙ୍କୁ କହିଥିଲେ ।

ଅଙ୍ଗନୱାଡି କେନ୍ଦ୍ର ପରିସରରେ କିପରି ପୁଷ୍ଟି ବଗିଚା ତିଆରି କରି ପନିପରିବା ଅମଳ କରାଯାଇ ପାରୁଛି ତାହା ନଜର ଦେଇ ନିଜର ଘରେ ଛୋଟିଆ ପୁଷ୍ଟି ବଗିଚାଟିଏ କରିବା ପାଇଁ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ । ମମତା ଯୋଜନାରେ ହିତାଧିକାରୀ ମାନେ ଯେଉଁ ସହାୟତା ପାଉଛନ୍ତି ସେହି ଅର୍ଥ ରେ ଖାଦ୍ୟ ଖାଇବା ପାଇଁ ଉତ୍ସାହିତ କରିବା ଆବଶ୍ଯକ।5c828b02 bbd2 4257 a76f 6a30f66e93fb ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ରାୟଗଡା ଜିଲ୍ଲାରେ ଜାତୀୟ ପୁଷ୍ଟି ସପ୍ତାହ ପାଳନ

ସମନ୍ବିତ ଶିଶୁ ବିକାଶ ଯୋଜନା ତରଫରୁ ମିଳୁଥିବା ଖାଦ୍ୟ କେବଳ ହିତାଧିକାରୀ ହିଁ ଖାଇବା ପାଇଁ କହିବା ନିମନ୍ତେ ସମସ୍ତ ଙ୍କୁ ବୁଝାଇବା ବୋଲି କହିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ପାଢୀ ନିୟମିତ ସଫା ସୁତୁରା ରହିବା, ଖାଦ୍ୟ ଖାଇବା କିମ୍ବା ଖୁଆଇବା ପୂର୍ବରୁ ଖାଦ୍ୟ ପାତ୍ର ଓ ନିଜର ହାତ କୁ ଭଲ ଭାବେ ଧୋଇବା ପ୍ରତି ନଜର ଦେବାକୁ କହିଥିଲେ ।

ଶିଶୁର ପ୍ରଥମ ୧୦୦୦ ଦିନ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ ତେଣୁ ଶିଶୁର ଓଜନ ବଢୁଛି କି ନାହିଁ ତାହା ନିୟମିତ ଭାବେ ପ୍ରତ୍ଯେକ ମାସରେ ଅଙ୍ଗନୱାଡି କେନ୍ଦ୍ର କୁ ଆସି ଯାଞ୍ଚ କରାଇ ନେବା, ଯେହେତୁ ନିଜ ପାଖରେ ଆଶା କର୍ମୀ ଓ ଅଙ୍ଗନୱାଡି ମାନେ ରହୁଛନ୍ତି ତେଣୁ ସେମାନଙ୍କୁ ନିଜ ଶିଶୁର ଅଗ୍ରଗତି ବିଷୟରେ ବୁଝିବା ଆବଶ୍ୟକ ସ୍ଥଳେ ସ୍ୱାସ୍ଥ୍ୟ କର୍ମୀଙ୍କ ପରାମର୍ଶ ନେବା ।

ନିଜ ଅଞ୍ଚଳରେ ଦାୟିତ୍ଵ ନେଇ ଗୋଟିଏ ମଧ୍ୟ ବାଲ୍ୟ ବିବାହ ଘଟଣା ଘଟିବାକୁ ଦେବା ନାହିଁ କାରଣ କମ ବୟସରେ ବିବାହ ଓ କମ ବୟସରେ ମା ହେବା ଫଳରେ ଉଭୟ ମା ଓ ଶିଶୁ ଅପପୁଷ୍ଟିର ଶିକାର ହୋଇ ପାରନ୍ତି ଏହା ଦ୍ଵାରା ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ଘଟଣା ଘଟିବାର ସମ୍ଭାବନା ରହିଛି ତେଣୁ ସମସ୍ତେ ଏଥିପ୍ରତି ନଜର ଦେବାକୁ ଆହ୍ଵାନ ଦିଆଯାଇଥିଲା ।ଶେଷରେ ସିଡିପିଓ ଶ୍ରୀମତୀ ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ।