କଫସିରଫ ବୋତଲ ସହ ନିଶା ବଟିକା ଓ ନଗଦ ୪୦ ହଜାର ଟଙ୍କା ଜବତ : ଦୁଇ ଗିରଫ

0
245

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୦୭/୦୯) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡା ରେ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଚଢ଼ାଉ କରି ୧୯୦ ଗୋଟି ଏସକଫ ନାମକ ବେଆଇନ ନିଶାଯୁକ୍ତ କଫସିରଫ ବୋତଲ ସହ ଏକ ବାଇକ ଓ ଦୁଇଟି ଏଲଜୋଲାମ ନିଶା ବଟିକା ସହ ନଗଦ ୪୦ ହଜାର ଟଙ୍କା ଜବତ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି ।

ସୂଚନା ଅନୁଯାୟୀ ଜିଲ୍ଲା ପୋଲିସ ପ୍ରଶାସନ ଦୀର୍ଘ ଦିନ ଧରି ଏହି ନିଶା କାରବାର ଚଲାଇ ଆସୁଥିଲା । ୨୫୦ ଟଙ୍କା ରୁ ୩୦୦ ଟଙ୍କା ଦରରେ ଏହି ଏସକଫ କଫସିରଫ ବୋତଲ ବିକ୍ରି କରିବା ସହ ନିଶା ବଟିକା ବିକ୍ରି କରି ଆସି ବେଶ ଲାଭବାନ ହୋଇଆସୁଥିବା ବେଳେ ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରି ଉକ୍ତ ନିଶା ସିରଫ ଓ ବଟିକା ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରହିଛି ବୋଲି ସୂଚନା ଦିଆଯାଇଛି । ତେବେ ଏହି ନିଶା ସିରଫ ଓ ବଟିକା ଆସୁଛି କେଉଁଠୁ ସେ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି ।