ହରଭଙ୍ଗା ମଣ୍ଡଳ (୦୯ ନଂ ଜୋନ )ର ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

1
314

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,ବୌଦ୍ଧ,(୦୮/୦୯) : ହରଭଙ୍ଗା ମଣ୍ଡଳ ସଭାପତି ତପନ ଡାଙ୍ଗ ଙ୍କ ଅଧ୍ୟକ୍ଷତା ରେ ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ ଅତିଥି ଭାବେ ବୈଠକ ରେ ଯୋଗ ଦେଇ ଦଳର ନୀତି ଆଦର୍ଶ ଓ଼ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ |

ଆୟୋଜିତ କାର୍ଯ୍ୟକ୍ରମ ରେ ୫ ଟି ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ଆଲୋଚନା ପରେ ସର୍ବ ସମ୍ନତି କ୍ରମେ ଅନୁମୋଦନ କରାଯାଇଥିଲା | ହରଭଙ୍ଗା ମଣ୍ଡଳ (୦୯ ନଂ ଜୋନ) ର ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି, ମରୁଡି ଉପସ୍ଥିତି, ପାନୀୟଜଳ ସମସ୍ୟା, ବିଦ୍ୟୁତ ସଂଯୋଗ ଅବବ୍ୟସ୍ତ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା କୁ ନେଇ ବୈଠକ ରେ ଉଦବେଗ ପ୍ରକାଶ ପାଇଥିଲା | ଆଗାମୀ ଦିନରେ କାର୍ଯ୍ୟକର୍ତା ମାନେ ଜନସାଧାରଣ ଙ୍କ ପାଖକୁ ପହଞ୍ଚି ସେମାନଙ୍କ ସମସ୍ୟା ଅନୁଧ୍ୟାନ କରିବା ସହ ସେମାନଙ୍କ ପାଇଁ ପଦକ୍ଷେପ ନେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା |

ବୈଠକ ରେ ଜିଲ୍ଲା କୋଷାଧକ୍ଷ ନିରଞ୍ଜନ ଦାନୀ, ସଂଗ୍ରାମ ବେହେରା, ରଂଜିତ ବେହେରା, ମାନସ ପାତ୍ର, ସଚ୍ଚିଦାନନ୍ଦ ମାହାକୁଡ଼, ସୁଶାନ୍ତ ପ୍ରଧାନ, ଅରୂପା ଦୀପ, ପ୍ରଶାନ୍ତ ପ୍ରଧାନ, ନବୀନ ମହାକୁଡ଼, ହରିହର ପୁରୋହିତ, ଓ଼ ବିଶିଷ୍ଟ ସମାଜ ସେବି ତଥା ଚଳଚିତ୍ର ନିର୍ଦ୍ଦେଶକ ବନମାଳୀ ରଣା ଯୋଗଦେଇଥିଲେ |

1 COMMENT

Comments are closed.