ଓଡ଼ିଶା ନ୍ୟୁଜ ୨୪ ଖବର ର ପ୍ରଭାବ : ଥାନା ସମ୍ମୁଖରେ ଥିବା ଆବର୍ଜନା ଟ୍ରାକ୍ଟର ଡାଲା ହଟିଲା

0
217

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର,(୮/୯) : ଓଡ଼ିଶା ନ୍ୟୁଜ ୨୪ ଖବର ର ପ୍ରଭାବ,ଥାନା ସମ୍ମୁଖରେ ଥିବା ଆବର୍ଜନା ଟ୍ରାକ୍ଟର ଡାଲା ହଟିଲା | ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସି.ଆର.ପି.ଏଫ. କ୍ୟାମ୍ପ ଓ ଥାନା ସମ୍ମୁଖରେ ଥିବା ଟ୍ରାକ୍ଟର ଡାଲାରେ ଆବର୍ଜନା ପଡି ଦୁର୍ଗନ୍ଧ ହେଉଥିବା ଦେଖିବାକୁ ମିଳିଥିଲା ।

ଏହି ଖବର ଦୈନିକ ଓଡ଼ିଶା ନ୍ୟୁଜ ୨୪ ଖବର ରେ ପ୍ରକାଶ ପାଇବା ପରେ ତରବରିଆ ହୋଇ ସି.ଆର.ପି.ଏଫ. ପକ୍ଷରୁ ଉକ୍ତ ଆବର୍ଜନା ଭର୍ତ୍ତୀ ହୋଇଥିବା ଟ୍ରାକ୍ଟର ଡାଲାଟିକୁ ରାସ୍ତା କଡରୁ ହୋଟାଇ ଦେଇଥିବା ଦେଖିବାକୁ ମିଳିଛି | କିନ୍ତୁ ଡାଲାରୁ ତଳେ ପଡି ରହିଥିବା ଆବର୍ଜନା ରାସ୍ତା କଡରେ ପଡି ରହିଛି ।

ଉଲ୍ଲେଖ ଥାଉକି ଦୁର୍ଘଟଣା ହୋଇଥିବା ଟ୍ରାକ୍ଟର ଡାଲା ଆଣି ଥାନା ସମ୍ମୁଖରେ ମୁଖ୍ୟ ରାସ୍ତାରେ ରଖିଥିଲେ । ଉକ୍ତ ଡାଲାରେ ସିଆରପିଏଫ କ୍ୟାମ୍ପର ସମସ୍ତ ଅଳିଆ ଆବର୍ଜନା ଆଣି ପକାଉଥିଲେ । ଏସବୁ ଡାଲା ରେ ଥିବାରୁ ତହିଁରୁ ଦୁର୍ଗନ୍ଧ ହେଉଥିଲା । ଉକ୍ତ ରାସ୍ତା ଦେଇ ଛୋଟ ବଡ ଯାନବାହନ, ବସ, ଲୋକମାନେ ଯାତାୟତ କରିବା ବେଳେ ଗନ୍ଧରେ ନାକ ଫାଟି ପଡୁଥିବା ଅଭିଯୋଗ ହେଇଥିଲା ।

ଏହାର ଅନ୍ୟ ପାର୍ଶ୍ୱରେ ଘରଗୁଡିକ ମଧ୍ୟ ରହିଛି । ଏହି ରାସ୍ତାରେ ଯାନବାହନ ଚଳାଚଳ କରୁଥିବା ସହ ବ୍ଲକ ଓ ଜିଲା ପ୍ରଶାସନ ଆସୁଥିବା ବେଳେ ଏହାରି ଉପରେ କାହାରି ନଜର କେମିତି ପଡୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିଲା । ଏଥିରେ ଦୁର୍ଗନ୍ଧ ହେବା ସହିତ ମଶା ,ମାଛିର ବୃଦ୍ଧି ହେଉଥିଲା । ମଶା ଦ୍ୱାରା ବିଭିନ୍ନ ମାରାତ୍ମକ ରୋଗ ହେବାର ସମ୍ଭାବନା ରହିଥିଲା । ତେଣୁ ଏହାକୁ ତୁରନ୍ତ ସଫାକରିବାକୁ ସାଧାରଣରେ ଦାବି ହେଇଥିଲା ।

ଖାଲି ଏତିକି ନୁହେଁ ଉକ୍ତ ଟ୍ରାକ୍ଟର ଡାଲାଟି ରାସ୍ତା କଡରେ ରହିଥିବାରୁ ଉକ୍ତ ରାସ୍ତାଦେଇ ଅନେକ ଛଟବଡ ଭାରିଯାନ ସହ ଲୋକଙ୍କ ଗହଳି ରହୁଛି କେତେବେଳେ କେଉଁ ଯାନଟି ଭାରସାମ୍ୟ ହରାଇ ଉକ୍ତ ଟ୍ରାକ୍ଟର ଡାଲାରେ ଧକ୍କାଦେଇ ଦୁର୍ଘଟଣା ଘଟିଲେ ଏଥିପାଇଁ କିଏ ଦାଇ ରହିବେ ବୋଲି ଚର୍ଚ୍ଚା ହେଉଥିଲା । ଏଥିପ୍ରତି ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେଇ ଉକ୍ତ ଡାଲାଟି ରାସ୍ତା କଡରୁ ହଟାଇବାକୁ ସାଧାରଣରେ ଦାବି ହୋଇଥିବାରୁ ରାସ୍ତା କଡର ଆବର୍ଜନା ଭର୍ତ୍ତୀ ଥିବା ଆବର୍ଜନା ଗୁଡିକୁ ଅନ୍ୟଆଡେ ଫିଙ୍ଗ ଡାଲାଟିକୁ ରାସ୍ତା କଡରୁ ହଟାଇଥିବା ଦେଖିବାକୁ ମିଳିଛି ।