ରାୟଗଡ଼ରେ ଅନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ ପାଳିତ

0
215

“ସମସ୍ତେ ପାଠ ପଢିବା ଆବଶ୍ୟକ ଓ ପାଠ ପଢିଲେ ହିଁ ଆମ ସମାଜ ଆଗକୁ ଯାଇ ପାରିବ
ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼,(୮/୯) : ସେପ୍ଟେମ୍ବର ମାସ ୮ ତାରିଖ ଆନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ ପାଳନ ଅବସରରେ ରାୟଗଡା ଜିଲ୍ଲାର ସମସ୍ତ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ମହିଳା ମାନଙ୍କୁ ନେଇ ବୈଠକ ମାନ ଆୟୋଜନ କରାଯାଇଥିଲା । ଏହି ଅବସରରେ ରାୟଗଡା ପ୍ରକଳ୍ପ ଅଧିନସ୍ଥ ବାଇସିଙ୍ଗ ଗ୍ରାମରେ ମହିଳା ଓ କିଶୋରୀ ମାନଙ୍କୁ ନେଇ ରାୟଗଡ଼ରେ ଅନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ ପାଳନ ହୋଇଥିଲା ।d9862467 e5c3 4463 a94d 317b85f27f60 ରାୟଗଡ଼ରେ ଅନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ ପାଳିତ

ରାୟଗଡ଼ରେ ଅନ୍ତରାଷ୍ଟ୍ରୀୟ ସାକ୍ଷରତା ଦିବସ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ସମନ୍ଵିତ ଶିଶୁ ବିକାଶ ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ, ଆକ୍ସନଏଡ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ଓ ରାୟଗଡ଼ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ମୀନାକ୍ଷୀ ଦାସଙ୍କ ସମେତ ଶିଶୁ ବିକାଶ ପ୍ରକଳ୍ପର ପରିଦର୍ଶିକା, ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡି କର୍ମୀ ମାନେ ଯୋଗଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମସ୍ତେ ପାଠ ପଢିବା ସହିତ ନିଜ ଅଞ୍ଚଳରେ ଯେପରି ସବୁ ପିଲା ନିୟମିତ ବିଦ୍ୟାଳୟକୁ ଯିବେ ସେଥିପ୍ରତି ମା ମାନେ ଗୁରୁତ୍ଵ ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ଗତ ଦିନରେ ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ଗୋଷ୍ଠୀ ପାଠାଗାର ଆରମ୍ଭ ହୋଇଛି ଏହାର ଉଦ୍ଦେଶ୍ୟ ହେଲା ସମସ୍ତେ ପଢିବେ ଏବଂ ନିଜେ ପଢି ସାରିଲା ପରେ ଅନ୍ୟ ମାନେ ସେହି ବହି ଗୁଡିକ ପଢିବେ ଫଳରେ ଜ୍ଞାନର ଆଦାନ ପ୍ରଦାନ ହେବ । ସମସ୍ତେ କରୋନା ଟୀକା ନେବେ ଏବଂ କରୋନା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବେ ଫଳରେ କରୋନା ମହାମାରୀରୁ ସମସ୍ତେ ସୁରକ୍ଷିତ ରହି ପାରିବା ବୋଲି ଆହ୍ଵାନ ଦେଇଥିଲେ ।

ପ୍ରତ୍ୟେକ ଗର୍ଭବତୀ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ, ଡାକ୍ତରଖାନାରେ ପ୍ରସବ କରାଇବେ ଫଳରେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ କୁ ରୋକି ପାରିବା ଏବଂ ଏଥି ପାଇଁ ଆମ ସମସ୍ତଙ୍କ ଦାୟୀତ୍ଵ ରହିଛି । କିଶୋରୀ ଓ କିଶୋର ମାନେ ପାଠ ପଢିବେ ଓ ନିଜ ଗୋଡରେ ଠିଆ ହେବେ ତେଣୁ ସମସ୍ତ କିଶୋରୀ ଓ କିଶୋର ମାନଙ୍କ ଉନ୍ନତି ପାଇଁ ସମସ୍ତେ ଏକଜୁଟ ହେବାକୁ ମା ମାନଙ୍କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କହିଥିଲେ|

କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ପାଢୀ ପିଲା ମାନଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବା ବୋଲି ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ । ମହିଳା ମାନେ ଆଜି ପଛରେ ନାହାନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସେମାନେ ନିଜ ପରିବାର ଓ ଅଞ୍ଚଳର ବିକାଶ କରୁଛନ୍ତି କିନ୍ତୁ, ଯଦି ସେମାନେ ନିଜେ ଭଲକରି ପଢିବେ ନାହିଁ କି ବୁଝିବେ ନାହିଁ ତେବେ ସେମାନେ କିପରି ଆଗକୁ ଯିବେ ତେଣୁ ସମସ୍ତେ ନିଶ୍ଚିତ ପଢିବା ଉପରେ ଗୁରୁତ୍ଵ ଦେଇଥିଲେ ।

ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଦାସ। ଅଙ୍ଗନବାଡି କର୍ମୀ ଓ କିଶୋରୀ ମାନେ ମିଳିମିଶି ଯଦି ସନ୍ଧ୍ୟା ସମୟରେ ନିଜ ଗ୍ରାମର ବୟସ୍କ ମହିଳା ମାନଙ୍କୁ ଅ ଆ ଓ ୧ ୨ ଭଳି କିଛି ଅକ୍ଷର ଶିଖାଇ ଦେବେ ତେବେ ତାହା ବହୁତ କାମରେ ଲାଗିବ ବୋଲି କହିଥିଲେ ।

ପିଲାମାନେ ପାଠ ନ ପଢି ଯଦି ଶ୍ରମିକ ହେବେ ତେବେ ସେମାନେ ହିଁ ଠକାମିର ଶିକାର ହେବେ । ପାଠ ନ ପଢିବା ଫଳରେ କମ ବୟସରେ ବିବାହ ଯୋଗୁଁ ପରିବାରର ବୋଝ ବୋହିଲେ ତାହା ସେହି ପିଲାମାନଙ୍କ ଉନ୍ନତିରେ ପ୍ରତିବନ୍ଧକ ହୁଏ । ନିଜ ଅଞ୍ଚଳରେ ଦାୟିତ୍ଵ ନେଇ ଗୋଟିଏ ମଧ୍ୟ ବାଲ୍ୟ ବିବାହ ଘଟଣା ଘଟିବାକୁ ଦେବା ନାହିଁ କାରଣ କମ ବୟସରେ ବିବାହ ଓ କମ ବୟସରେ ମା ହେବା ଫଳରେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ଘଟଣା ଘଟିବାର ସମ୍ଭାବନା ରହିଛି ତେଣୁ ସମସ୍ତେ ଏଥିପ୍ରତି ନଜର ଦେବାକୁ ଆହ୍ଵାନ ଦିଆଯାଇଥିଲା । ଶେଷରେ ସମସ୍ତେ ମିଳିତ ଭାବେ ନିଜ ଅଞ୍ଚଳରେ ସାକ୍ଷରତା ହାର ବଢାଇବା ପାଇଁ ଶପଥ ନେଇଥିଲେ।