ରାମଗଡରେ ବର୍ଷା ଅଭାବରୁ ଅନାବୃଷ୍ଟି ହୋମ ଯଜ୍ଞ ଅନୁଷ୍ଠିତ

0
387

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୦୮/୦୯) : ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ବର୍ଷା ଅଭାବରୁ ସଂପୂର୍ଣ ମରୁଡି ଆଶଙ୍କା ଦେଖାଦେଇଛି | ବର୍ଷା ଋତୁରେ ବୈଶାଖୀର ପ୍ରଭାବରେ ଚାରିଆଡେ ଚାଷଜମି ପଡିଆ ପଡିଛି | ଗ୍ରୀଷ୍ମଋତୁ ଠୁ ଅଧିକ ଜଳର ଅସୁବିଧା ଦେଖାଦେଇଛି | ରାମଗଡରେ ବର୍ଷା ଅଭାବରୁ ଅନାବୃଷ୍ଟି ହୋମ ଯଜ୍ଞ ଅନୁଷ୍ଠିତ |

ତେଣୁ ଆଜି ହରଭଙ୍ଗା ବ୍ଲକ ରାମଗଡ ପଂଚାୟତର ରାମଗଡ଼ ବାସିଙ୍କ ତତ୍ଵାବଧାନରେ ପଂଚାୟତ ସବୁ ଗ୍ରାମର ସହଯୋଗରେ ମହାନଦୀ କୂଳରେ ବିରାଜିତ କେଦାରେଶ୍ୱର ଶୈବ ମନ୍ଦିରରେ ଅନାବୃଷ୍ଟି ହୋମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ପ୍ରତି ବର୍ଷ ଭଳି ଚଳିତ ବର୍ଷ ହୋମ ଯଜ୍ଞ, ନାମ ଯଜ୍ଞ ଓ଼ ଅନ୍ନ ଯଜ୍ଞ ହୋଇଥିବାର ସୂଚନା ମିଳିଛି | ସ୍ଥାନୀୟ ବାସିନ୍ଦାଙ୍କ କହିବା ନୁଯାଇ ଅନାବୃଷ୍ଟି ଯଜ୍ଞ କଲେ ଇଦ୍ର ଦେବଙ୍କ ସୁକୃପା ରୁ ରାମଗଡରେ ବର୍ଷା ଭଲ ହୋଇଥାଏ |

ଏହି ମହା ଯଜ୍ଞରେ ରାମଗଡ ଗ୍ରାମର ସଭାପତି ପୁରସ୍ତମ ଭୋକ୍ତା, ସଂପାଦକ ଅଗସ୍ତି ଭୋକ୍ତ, ଗ୍ରାମ୍ୟ ମକିଟି ଓ଼ ଗ୍ରାମବାସୀ ଆନନ୍ଦ ର ସହିତ ସହଯୋଗ କରି ଯଜ୍ଞ କାର୍ଯ୍ୟ ସମାପନ କରିଥିଲେ |