Friday, March 29, 2024

Top 5 This Week

Related Posts

ଦୀର୍ଘ ଦିନ ଧରି ଚୋରି ଓ ଲୁଟ କରି ଆସୁଥିବା ଆଠ ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ
ବଲାଙ୍ଗୀର,ଟିଟିଲାଗଡ଼, ତା(୦୮/୦୯) : ଦୀର୍ଘ ଦିନ ଧରି ଟିଟିଲାଗଡ଼ ସବ୍ଡିଭିଜନ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଦଳ ବିଭିନ୍ନ ପ୍ରକାର ଲୁଟ,ଚୋରି, ଆଦି ଚଳାଇ ଆସୁଥିଲେ । ମୋବାଇଲ ଫୋନ, ଦୁଇ ଚକିଆ ବାଇକ ସହ ଚାରି ଚକିଆ ଗାଡି ଚୋରି କରି ଆସୁଥିଲେ । ଏହି ବିଭିନ୍ନ ପ୍ରକାର ଚୋରି କରି ଆସୁଥିବା ଦଳ ର ଆଠ ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ପ୍ରଦାନ କରାଯାଇଛି ।WhatsApp Image 2021 09 09 at 8.36.18 AM ଦୀର୍ଘ ଦିନ ଧରି ଚୋରି ଓ ଲୁଟ କରି ଆସୁଥିବା ଆଠ ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ

ଏକ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେନ୍ଦ୍ର ନାଥ ଶତପଥୀ ଦୀର୍ଘ ଦିନ ଧରି ଚୋରି ଓ ଲୁଟ କରି ଆସୁଥିବା ଆଠ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୬ ଗୋଟି ମୋବାଇଲ, ଚାରିଗୋଟି ବାଇକ,ସହ ଏକ ପିକଅପ ଭ୍ୟାନ ଜବତ କରିଥିବା ସୂଚନା ଦେଇଛନ୍ତି ।

ସେହିପରି ବିଭିନ୍ନ ଚୋରି ସାମଗ୍ରୀ ଓ ଚୋରି ରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇ ଥିବା ସୂଚନା ଦେଇଛନ୍ତି । ଉକ୍ତ ଆଠ ଜଣ ଅଭିଯୁକ୍ତ ଙ୍କ ମଧ୍ୟରୁ ଚାରି ଜଣ ନାବାଳକ ଥିବାରୁ ତାଙ୍କୁ ଜୁଭେନାଇଲ କୋର୍ଟ କୁ ପଠାଇ ଦିଆଯାଇଛି ।

Popular Articles