ରଖା ହୋଇଥିବା ଟ୍ରକ କୁ ଧକ୍କା ଦେଇ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ

0
194

ରିପୋର୍ଟ : ଶିବ ବିଷୋୟୀ
ଲମତାପୁଟ, (୦୯/୦୯) : ରଖା ହୋଇଥିବା ଟ୍ରକ କୁ ଧକ୍କା ଦେଇ ମୋଟର ସାଇକେଲ ଚାଳକ ଙ୍କ ମୃତ୍ୟୁ । ଘଟଣା ଘଟିଛି କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲମତାପୁଟ ର ମୁସୁରୀ ଘାଟି ନିକଟରେ । ମୃତ ବ୍ୟକ୍ତି ଜଣକ କୁମ୍ଭାର ପୁଟ ଗ୍ରାମ ର ସୁରି କୁମ୍ଭାର ।

ସୂଚନା ଅନୁଯାଇ ପଡୁଆ ଅଞ୍ଚଳ ରୁ ଘର କୁ ନିଜ ଘର ଲମତାପୁଟ ବ୍ଲକ ତୁସୁବା ପଞ୍ଚାୟତ କୁମ୍ଭାର ପୁଟ ଗ୍ରାମ କୁ ଫେରୁଥିବା ସମୟରେ ମୁସୁରି ଘାଟି ନିକଟରେ ଖରାପ ହୋଇ ରଖା ହୋଇଥିବା ଟ୍ରକ କୁ ସୁରି କୁମ୍ଭାର ଧକ୍କା ଦେଇଥିଲେ । ଘଟଣା ସ୍ଥଳ ରୁ ସ୍ଥାନୀୟ ଯୁବକ ମାନେ ରକ୍ତ ଯୁଡୁବୁଡୁ ଅବସ୍ଥା ରେ ତାଙ୍କୁ ଉଦ୍ଧାର କରି ଆଶା କିରଣ ଘରୋଇ ଡାକ୍ତରଖlନା କୁ ନେଇଯାଇ ଥିଲେ ସେଠାରେ ଡାକ୍ତର ସୁରି କୁମ୍ଭାର ଙ୍କୁ ମୃତ ଘୋଷଣା କରିଥିଲେ ।