ଷଡ଼ଙ୍ଗୀ ଓ କପିଳାସ ବନବିଭାଗର ମିଳିତ ଚଢ଼ାଉରେ ଜଙ୍ଗଲ ଜାତ ପଦାର୍ଥ ଜବତ ହେବା ସହ ଜଣେ ଗିରଫ

0
155

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୦୮/୦୯) : ଆଜି ସକାଳେ ଷଡ଼ଙ୍ଗୀ ଓ କପିଳାସ ବନବିଭାଗ ର ମିଳିତ ଚଢ଼ାଉରେ ଅନେକ ଜଙ୍ଗଲ ଜାତ ପଦାର୍ଥ ସହ ଜଣ ଙ୍କୁ ଗିରଫ କରାଯାଇଅଛି |

ଅଭିଯୁକ୍ତ ଜଣକ ହେଲେ ଷଡ଼ଙ୍ଗୀ ଅଞ୍ଚଳ ର ବିଦ୍ୟାଧର ଦାସ (୫୪) ପିତା ସତ୍ୟବାଦୀ ଦାସ | ଷଡ଼ଙ୍ଗୀ ଓ କପିଳାସ ବନ ବିଭାଗ ଗଁଦିଆ ବିଦ୍ୟାଧର ଦାସ ଙ୍କ ଘରୁ ଅନେକ ଜଙ୍ଗଲ ଜାତ ପଦାର୍ଥ ଜବତ କରିବା ସହ ୧ ଟି ଦେଶୀ ବନ୍ଧୁକ, ୨ ଟି ହରିଣ ସିଙ୍ଘ, ସ୍ପଟ ଲାଇଟ ୧ ଟି, ୨ ଟି ଧନୁ , ୪୫୯ ଗ୍ରାମ ର ଗନ ପାଉଡର ଏବଂ ଅନେକ ଜାତ ପଦାର୍ଥ ଜବତ କରିଛି । ବନ ବିଭାଗ ତାଙ୍କ ନାମରେ OR case no. 11s କେସ ଦାୟର କରିବା ସହ ବିଦ୍ୟାଧର ଦାସ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।