ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଉଲୁଣ୍ଡା ବ୍ଳକ ଗସ୍ତ

1
44
ପଶ୍ଚିମ ଓଡ଼ିଶା ବିକାଶ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୬/୧୧) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଆଜି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଳକ ଗସ୍ତ କରିଥିଲେ ।Whatsapp Image 2023 11 16 At 20.33.02

ସନ୍ଧ୍ୟାରେ ହିକୁଡି ଛକଠାରେ ସ୍ଵାଗତ କରାଯାଇଥିଲା । ତାପରେ ଦଶରାଜପୁର ଠାରେ ମୁଖ୍ୟମନ୍ତ୍ରୀଙ୍କ ସଭାଗୃହର ଶିଳାନ୍ୟାସ କରାଯାଇଥିଲା । ତାପରେ ସନ୍ଧ୍ୟା ୬ଟାରେ ତିକୁଡା ଗ୍ରାମର ତ୍ରିକୁଟସ୍ଥଳ ପରିଦର୍ଶନ କରିଥିଲେ । ଏଠାରେ ତିକୁଡା ତ୍ରିକୂଟ ସ୍ଥଳର ବିକାଶ ପାଇଁ ଗ୍ରାମବାସୀ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଉଲୁଣ୍ଡା ବ୍ଳକ ଗସ୍ତ ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଉଲୁଣ୍ଡା ବିଡ଼ିଓ କରିସ୍ମା ବେସ୍ରା, ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ସମାଜସେବୀ କୃର୍ତିବାସ ମିଶ୍ର ଉପସ୍ଥିତ ଥିଲେ । ଏହି ଅବସରରେ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ସମାଜସେବୀ, ସଚେତନ ନାଗରିକ, ସଂଗ୍ରାମୀ ଆଦି ଉପସ୍ଥିତ ଥିଲେ ।

1 COMMENT

Comments are closed.