ସୁବର୍ଣ୍ଣପୁର ସହରରେ ଜିଲ୍ଲା ସ୍ତରୀୟ ନୂତନ ଲାଇବ୍ରେରୀର ଶୁଭାରମ୍ଭ

0
186

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର,(୧୦/୯) : ସୁବର୍ଣ୍ଣପୁର ସହରରେ ଜିଲ୍ଲା ସ୍ତରୀୟ ନୂତନ ଲାଇବ୍ରେରୀର ଶୁଭାରମ୍ଭ | ଛାତ୍ର, ଛାତ୍ରୀ ଯୁବ ସମ୍ପ୍ରଦାୟ ଏବଂ ସବୁ ବର୍ଗର ପାଠକ ମାନଙ୍କ ମଧ୍ୟରେ ପଠନ ଅଭ୍ୟାସକୁ ବଢାଇବା ପାଇଁ ଜିଲ୍ଲା ପ୍ରଶାସନ ଏକ ଅଭିନବ ପ୍ରୟାସ କରିଛି l ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଏନ ଆଇ ସି ର ମିଳିତ ସହଯୋଗରେ ଜିଲ୍ଲା ସଂସ୍କୃତି ଭବନର ନୂତନ କୋଠାରେ ଏକ ଜିଲ୍ଲା ସ୍ତରୀୟ ପାଠାଗାର ଓ ଲାଇବ୍ରେରୀ ର ଶୁଭାରମ୍ଭ କରାଯାଇଛି ।ddcc2299 2709 43d5 832d 921ffa6acc91 ସୁବର୍ଣ୍ଣପୁର ସହରରେ ଜିଲ୍ଲା ସ୍ତରୀୟ ନୂତନ ଲାଇବ୍ରେରୀର ଶୁଭାରମ୍ଭ

ନିରଂଜନ ପୂଜାରୀ, ମାନ୍ୟବର ମନ୍ତ୍ରୀ ,ଅର୍ଥ ଏବଂ ଅବକାରୀ ବିଭାଗ, ଓଡ଼ିଶା ସରକାର, ସୁବର୍ଣ୍ଣପୁର ସହରରେ ଜିଲ୍ଲା ସ୍ତରୀୟ ନୂତନ ଲାଇବ୍ରେରୀର ଶୁଭ ଉଦଘାଟନ କରି ଇ – ଗ୍ରନ୍ଥାଳୟ ର ମଧ୍ୟ ଉନ୍ମୋଚନ କରିଥିଲେ l ଏହି ଅବସରରେ ମାନ୍ୟବର ମନ୍ତ୍ରୀ କହିଲେ ଯେ “ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ଯୁଗରେ ସମସ୍ତଙ୍କ ପଠନ ଅଭ୍ୟାସରେ କ୍ରମାଗତ ହ୍ରାସ ଘଟିଛି। ତେଣୁ ଲାଇବ୍ରେରୀ ପରି ପଦକ୍ଷେପ ନିଶ୍ଚିତ ଭାବରେ ବୟସ ନିର୍ବିଶେଷରେ ସମସ୍ତଙ୍କ ମଧ୍ୟରେ ପଢିବା ଅଭ୍ୟାସକୁ ଉତ୍ସାହିତ କରିବାରେ ତଥା ପ୍ରୋତ୍ସାହିତ କରିବାରେ ସହାୟକ ହେବ ।

ଏହି ଲାଇବ୍ରେରୀ ଛାତ୍ରଛାତ୍ରୀ, ପୁସ୍ତକପ୍ରେମୀ ଏବଂ ଲାଇବ୍ରେରୀ ପରିଦର୍ଶନ କରୁଥିବା ସମସ୍ତ ଲୋକଙ୍କୁ ଆକର୍ଷିତ କରିବ ,ଯେଉଁମାନେ ଶୀତ ତାପ ନିୟନ୍ତ୍ରିତ ଓ ଶାନ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ କିଛି ସମୟ ପଢ଼ା ପଢି କରି ପାରିବେ l ନିକଟ ଭବିଷ୍ୟତରେ ଏହି ଗ୍ରନ୍ଥାଗାର ରେ ଇ ଲାଇବ୍ରେରୀ ସୁବିଧା ଉପଲବ୍ଧ ହୋଇପାରିବ ବୋଲି ମାନ୍ୟବର ମନ୍ତ୍ରୀ ସୂଚିତ କଲେ l

ଏହି କାର୍ଯ୍ୟକ୍ରମକୁ ରୂପାୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଆଇଏଏସ୍ , କହିଛନ୍ତି ଯେ ଏହି ଲାଇବ୍ରେରୀ ର ବିକାଶ ରେ ଅବସରପ୍ରାପ୍ତ ବ୍ୟକ୍ତି ,ପ୍ରଫେସନାଲ ଏବଂ ସ୍ଵେଚ୍ଛାସେବୀମାନଙ୍କୁ ଜଡିତ କରାଯିବ l ଏହା ବ୍ୟତୀତ ଛାତ୍ର ଛାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ସୃଜନଶୀଳ କର୍ମଶାଳା ଏବଂ ଜୀବନ୍ତ ପ୍ରଦର୍ଶନି ମଧ୍ୟ ଆୟୋଜିତ ହେବ।ଅଦ୍ୟ ଶୁଭଉଦଘାଟନ କାର୍ଯ୍ୟକ୍ରମ ରେ ସୁର୍ଯ୍ୟନାରାୟଣ ଦାଶ, ଏଡିଏମ ସୁବର୍ଣ୍ଣପୁର ,ଶ୍ରୀମତୀ ନିଶି ପୁନମ ମିଞ୍ଜ୍ , ଏଡିଏମ, ସୁବର୍ଣ୍ଣପୁର, , ଶ୍ରୀମତୀ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ, ଅଶ୍ଵିନୀ କୁମାର ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ , ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ନାୟକ, ଡି ଆଇ ଓ ପ୍ରମୁଖ ଯୋଗଦେଇଥିଲେ l ଏହି ପାଠାଗାର ର ସୁଯୋଗ ନେବାପାଇଁ ସମସ୍ତ ପାଠକମାନଙ୍କ ପାଇଁ ଲାଇବ୍ରେରୀ ସଦସ୍ୟତା ଏକାନ୍ତ ଆବଶ୍ୟକ |38441713 5914 4d2d 9a7b 1a989fcec609 ସୁବର୍ଣ୍ଣପୁର ସହରରେ ଜିଲ୍ଲା ସ୍ତରୀୟ ନୂତନ ଲାଇବ୍ରେରୀର ଶୁଭାରମ୍ଭ

ଏହା ବ୍ୟତୀତ ଆର୍ଥିକ ଦୃଷ୍ଟିରୁ ପଛୁଆ , ଅନୂସୁଚିତ ଜାତି ଏବଂ ଜନଜାତି ଏବଂ ଭିନ୍ନକ୍ଷମ ଅନାଥମାନେ ଯିଏକି ସେମାନଙ୍କର ପିତାମାତାଙ୍କୁ ହରାଇଛନ୍ତି ସେଭଳି ଛାତ୍ରଛାତ୍ରୀମାନଙ୍କ ପାଇଁ ଏଠାରେ ବିନା ମୂଲ୍ୟରେ ସୁବିଧା ଯୋଗାଇ ଦିଆଯିବ l ସେମାନେ ସେଥିପାଇଁ ଉପଯୁକ୍ତ ସାର୍ଟିଫିକେଟ୍ ସହିତ ଆବେଦନପତ୍ର ଦାଖଲ କରିବେ l ବଡ ସହରରେ ରହି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ର ପ୍ରସ୍ତୁତି କରିବାର ସୁଯୋଗ ପାଉ ନଥିବା ପିଲା ମାନଙ୍କ ପାଇଁ ଏହି ଲାଇବ୍ରେରୀ ଏକ ବରଦାନ ସଦୃଶ ହେବ l

ବଜାରରୁ ବିଭିନ୍ନ ପ୍ରକାରର ମହଙ୍ଗା ବହି ତଥା ପତ୍ର ପତ୍ରିକା କିଣିବାରୁ ବଞ୍ଚିତ ପିଲାମାନେ ଏହାଦ୍ବାରା ଲାଭବାନ ହେବେ l ଏହି ପଦକ୍ଷେପକୁ ଉତ୍ସାହିତ କରିବା ପାଇଁ ମାନ୍ୟବର ମନ୍ତ୍ରୀ, ଜିଲ୍ଲାପାଳ ଏବଂ ଉଭୟ ଏଡିଏମ୍ ପ୍ରତ୍ୟେକ ୧୦୦୦ ଟଙ୍କାର ସଦସ୍ୟତା କାର୍ଡ ଗ୍ରହଣ କରିଥିଲେ l

ଗ୍ରନ୍ଥାଗାରରେ ଓଡିଆ , ହିନ୍ଦି ଏବଂ ଇଂରାଜୀ ପୁସ୍ତକଗୁଡ଼ିକର ଏକ ସୁନ୍ଦର ସଂଗ୍ରହ ରହିଛି l ଶିଶୁ ମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବିଭାଗ ରହିଛି । ଓଡିଆ ପୁସ୍ତକଗୁଡ଼ିକର ସୁନ୍ଦର ଷ୍ଟକ୍ ସହିତ ଏଠାରେ ଇଂରାଜୀ ବେଷ୍ଟ ସେଲର , ଏନସାଇକ୍ଲୋପିଡ଼ିଆ ଏବଂ କ୍ଲାସିକ୍ସ ଏବଂ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅନେକ ଉପାଦେୟ ପାଠ୍ୟ ପୁସ୍ତକ ରହିଛି । ଲାଇବ୍ରେରୀରେ ଓଡିଆ ସାହିତ୍ୟ, ଉପନ୍ୟାସ, କବିତା, ଗଳ୍ପ, ନାଟକ , ପୁରାଣ ଗ୍ରନ୍ଥର ଏବଂ ଇଂରାଜୀରେ ପ୍ରତିଯୋଗିତାମୂଳକ ପରୀକ୍ଷା ଗାଇଡ୍ , ମାଗାଜିନ ଏବଂ ଅଭିଧାନ ପରି ବିଭିନ୍ନ ବିଭାଗର ର ୫୩୦୦ପୁସ୍ତକ ଅଛି | ଏହିଲାଇବ୍ରେରୀ ର ସଦୁପଯୋଗ କରିବା ସହ ବହୁଳ ଭାବରେ ସଦସ୍ୟତା ଗ୍ରହଣ କରିବା ପାଇଁ ପ୍ରଶାସନ ତରଫରୁ ଜନସାଧାରଣ ଙ୍କୁ ଅନୁରୋଧ କରାଯାଉଛି ।