Friday, March 29, 2024

Top 5 This Week

Related Posts

ପିଲାଙ୍କ ଭିତରେ ବଢ଼ୁଛି ଏମଆଇ ସିଣ୍ଡ୍ରୋମ : ସତର୍କ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୧୦/୦୯) : କୋଭିଡ୍ ସଂକ୍ରମିତ ପିଲାଙ୍କ ଭିତରେ ବଢ଼ୁଛି ଏମଆଇ ସିଣ୍ଡ୍ରୋମ, ଯାହାର ଉପଯୁକ୍ତ ଚିକିତ୍ସା ନ ହେଲେ ମାରାତ୍ମକ ହେବ । ତେଣୁ ଲକ୍ଷଣ ଦେଖା ଦେଉ ଦେଉ ଏହାର ଉପଯୁକ୍ତ ଚିକିତ୍ସା କରି ପିଲାଙ୍କୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ଠାରେ ଏମଆଇ ସିଣ୍ଡ୍ରୋମ ବଢୁଛି ।

ପିଲାଙ୍କ ଭିତରେ ବଢ଼ୁଛି ଏମଆଇ ସିଣ୍ଡ୍ରୋମ | ଦ୍ୱିତୀୟ ଲହରୀରେ ବହୁତ ପିଲା ଏମ୍ଆଇ ସିଣ୍ଟ୍ରୋମରେ ହସ୍ପିଟାଲ ଆସୁଛନ୍ତି । କୋଭିଡରୁ ସୁସ୍ଥ ହେବା ପରେ ପିଲାଙ୍କର ମୁଣ୍ଡବିନ୍ଧା ଓ ଝାଡ଼ାବାନ୍ତି ଭଳି ଲକ୍ଷଣ ରହୁଛି । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଭର୍ତ୍ତି ହେଲେ ମୃତ୍ୟୁହାର କମିବ ।

ଏବେ ଏହାର ଚିକିତ୍ସା ବ୍ୟବସ୍ଥା ସବୁ ମେଡିକାଲ କଲେଜରେ ଉପଲବ୍ଧ ଅଛି । ଖୁବ ଶୀଘ୍ର ସବୁ ହସ୍ପିଟାଲରେ ଏହାର ଚିକିତ୍ସା ସୁବିଧା ମିଳିବ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର । ସୂଚନାଯୋଗ୍ୟ, ରାଜ୍ୟରେ ଛୁଆଙ୍କ ସଂକ୍ରମଣରେ ବ୍ରେକ ଲାଗୁ ନାହିଁ, ଯାହାକି ଚିନ୍ତାର କାରଣ ପାଲଟିଛି । ଦୈନିକ ୧୦୦ରୁ ଅଧିକ ଛୁଆଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସୁଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles