Friday, March 29, 2024

Top 5 This Week

Related Posts

ସରିଲା ବିଧାନସଭା ଅଧିବେଶନ : ଗୃହୀତ ହେଲା ୧୩ ବିଲ

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୧୦/୦୯) : ସରିଲା ବିଧାନସଭା ଅଧିବେଶନ | ଏହି ସ୍ୱଳ୍ପ ଅଧିବେଶନରେ ଗୃହରେ ଗୁରୁତ୍ୱପୂର୍ଣ୍ଣ ପୌର ଓ ପଂଚାୟତ ସଂଶୋଧନ ବିଲ୍ ସମେତ ମୋଟ ୧୩ଟି ବିଲ୍ ଗୃହୀତ ହୋଇଛି । ସେଥି ମଧ୍ୟରୁ ଓବିସି ଗଣନା ଓ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ଉଠାଇ ଦେବା ନିମନ୍ତେ ସଂକଳ୍ପ ମଧ୍ୟ ଗୃହୀତ ହୋଇଛି ।

ସରିଲା ବିଧାନସଭା ଅଧିବେଶନ | ସେପ୍େଟମ୍ବର ୧ରୁ ଆରମ୍ଭ ହୋଇଥିବା ୮ଦିନିଆ ମୌସୁମୀ ଅଧିବେଶନରେ ମାତ୍ର ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ସମ୍ଭବପର ହୋଇଥିବାବେଳେ ଅନ୍ୟ ପ୍ରାୟ ସମସ୍ତ କାର୍ଯ୍ୟ ଶାସକ ଦଳ କରାଇ ନେଇଛି । ଗୁରୁତ୍ୱପୂର୍ଣ୍ଣ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଆଇନରେ ସଂଶୋଧନ ଏବଂ ଅନ୍ୟ ୧୧ଟି ବିଲ୍ ଚଳିତ ଅଧିବେଶନରେ ପାରିତ ହୋଇଛି ।

ତେବେ ସବୁଠୁ ଗୁରୁତ୍ୱପୂଣ୍ଣ କଥା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ଗୋଟିଏ ଦିନ ବି ଗୃହରେ ଅଧିବେଶନରେ ଉପସ୍ଥିତ ହୋଇନଥିଲେ । ଯଦିଓ ମୁଖ୍ୟମନ୍ତ୍ରୀ ଏହି ଅଧିବେଶନ କାଳରେ ଭୁବନେଶ୍ୱରରେ ସରକାରୀ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ, କିନ୍ତୁ ବିଧାନସଭା କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡରେ ଉପସ୍ଥିତ ରହୁଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରୁ ଭର୍ଚୁଆଲ ମୋଡରେ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ ।

ଚଳିତ ଅଧିବେଶନରେ ମୁଖ୍ୟତଃ ରାଜ୍ୟରେ ମରୁଡ଼ି ସ୍ଥିତି ଓ ଚାଷୀଙ୍କ ସମସ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି, ପଶ୍ଚିମଓଡ଼ିଶା ବିକାଶ ପରିଷଦର ସ୍ଥାଣୁତା, ଷ୍ଟାଫ ସିଲେକ୍ସନ ଦୁର୍ନୀତି, ଖଣି ଦୁର୍ନୀତି ଭଳି ପ୍ରସଙ୍ଗ ଉଠିଥିଲେ ମଧ୍ୟ କେବଳ ମରୁଡ଼ି ପରିସ୍ଥିତି ଉପରେ ୨ଥର ଗୃହରେ ଆଲୋଚନା ହୋଇଥିବାବେଳେ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ଗୋଟିଏଥର ଆଲୋଚନା ହୋଇପାରିଥିଲା । ଚଳିତ ଅଧିବେଶନରେ ମୋଟ ୭୧୮ଟି ତାରକା, ୧୨୬୭ଟି ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଦେଇଥିଲେ । ମୋଟ ଉପରେ କହିବାକୁ ଗଲେ ୮ ଦିନରୁ ୩ ରୁ ୪ ଦିନ ସଠିକ୍ ଭାବେ ବିଧାନସଭା ଚାଲିଥିଲା ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles