ଝୁଲନ୍ତା ଅବସ୍ଥାରେ ଅଜଣା ଯୁବକର ମୃତ ଦେହ ଠାବ

0
207

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ, (୦୯/୦୯) : ଆଜି ଢେଙ୍କାନାଳ ର କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଉଁଶପାଳ ପଂଚାୟତ ର ବଂଗୁରୁ ଗ୍ରାମ ରୁ ଏକ ଯୁବକ ର ମୃତ ଦେହ ମିଳିଛି । ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରୁ ଏକ ଗଛରେ ଯୁବକଟି ର ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଛି ।

ଅଞ୍ଚଳବାସୀ ଘଟଣାଟି ଜାଣିବାପରେ କାମାକ୍ଷାନଗର ପୋଲିସ୍ କୁ ଜଣାଇଥିଲେ । କାମାକ୍ଷାନଗର ପୋଲିସ ଘଟଣାଟି ଜାଣିବା ପରେ ଉକ୍ତ ସ୍ଥାନରେ ପହଂଚିବା ପରେ ଝୁଲନ୍ତା ଅବସ୍ଥାରେ ଥିବା ମୃତ ଦେହକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ବର୍ତମାନ ପର୍ଯ୍ୟନ୍ତ ମୃତ ଯୁବକଟିର ପରିଚୟ ମିଳିପାରିନାହିଁ । ଏହି ଘଟଣାଟି ଏକ ହତ୍ୟା କି ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । କିନ୍ତୁ ପାରିପାର୍ଶ୍ବିକ ଅବସ୍ଥାରୁ ଲୋକମାନେ ସନ୍ଦେହ କରୁଛନ୍ତି କେହି ଯୁବକଟିର ହତ୍ୟା କରି ଏହାକୁ ଆତ୍ମହତ୍ୟା ର ରୂପଦେଇଛି ।