ବିଦ୍ୟୁତ ଖମ୍ବ କୁ ଧକ୍କା ଦେଲା ଟାଟା ଏସି : ଖମ୍ବ ସଂପୂର୍ଣ ଭାଙ୍ଗିବା ସହିତ ଦୁଇ ଗୁରୁତର

0
320

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୦/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୫୭ନଂ ଜାତୀୟ ରାଜପଥ ଚାରିଛକ ଠାରେ ଏକ ଟାଟା ଏସି ରାସ୍ତା କଡରେ ଥିବା ଏକ ବିଦ୍ୟୁତ ଖମ୍ବ କୁ ଧକ୍କା ଦେଇ ଦୁର୍ଘଟଣାର ଶିକାର ହୋଇଛି |

ଆଜି ଅପରାହ୍ନ ପ୍ରାୟ ୪ ଟା ସମୟରେ ଭଦ୍ରକ ରୁ ମୁଢି ମିଲ ମେସିନ ନେଇ ସୋନପୁର ଯାଉଥିବା OD 02C 8552ନଂ ଥିବା ଟାଟା ଏସି ଚାଳକ ନିଶାସକ୍ତ ଥିବାରୁ ଭାରସାମ୍ୟ ହରାଇ ଚାରିଛକ ରାସ୍ତା କଡରେ ଥିବା ବିଦ୍ୟୁତ ଖମ୍ବ କୁ ଧକ୍କା ଦେଉଥିଲା, ଫଳରେ ଖମ୍ବ ଟି ସଂପୂର୍ଣ ମାତ୍ରାରେ ଭାଙ୍ଗି ଯାଇଥିଲା | ସ୍ଥାନୀୟ ସାଧାରଣ ଜନତା ଡ୍ରାଇଭର ଅଜୟ କୁମାର ସାହୁ ଏବଂ ଉମା ସାହୁ ଙ୍କୁ ଗାଡି ଭିତରୁ ଉଦ୍ଧାର କରିଥିଲେ | ଉମା ଗୁରୁତର ଥିବାରୁ ଚାରିଛକ ଡାକ୍ତର ଖାନା ରେ ପ୍ରାଥମିକ ଚିକିତ୍ସା ହୋଇଥିବାର ଜଣାପଡୁଛି | ଖବର ପାଇ ପୁରୁଣାକଟକ ପୋଲିସ ଦୁର୍ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |