Friday, March 29, 2024

Top 5 This Week

Related Posts

୬ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର : ଅଭିଯୁକ୍ତ ଗିରଫ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୧୨/୯) : ସଭ୍ୟ ସମାଜ ପାଇଁ ଆଉ ଏକ ଲଜ୍ଜା ଜନକ ଘଟଣା ଘାଟି ଯାଇଛି କାଶୀନଗର ଥାନା ଅଞ୍ଚଳର କେ. ସୀତାପୁର ଗ୍ରାମରେ । ଘଟଣାଟି ଏମିତି, ଜଣେ ୬ ବର୍ଷର ନାବାଳିକା ଯାହାକୁ ଗତ କାଲି ଏହି ଗ୍ରାମର ଜଣେ ୧୬ ବର୍ଷୀୟ ନାବାଳକ ଦୁଷ୍କର୍ମ କରିବା ଅଭିଯୋଗରେ ଗତକାଲି୧୧/୯ ରେ ପୋଲିସ ଓ ଗ୍ରାମବାସୀଙ୍କ ଦ୍ଵାରା ଧରା ପଡ଼ିଛି ।

ପ୍ରକାଶ ଥାଉ କି ଗଣେଶ ପୂଜା କେ.ସିତାପୁର ଗ୍ରାମର ରେଳୀ ସାହିରେ ହେଉଥିଲା । ସେହି ପାଖରେ ନାଚ,ଗୀତ ରେ ୬ ବର୍ଷର ନାବାଳିକା ଝିଅଟି ଖେଳା ଖେଳି କରୁଥିବା ବେଳେ ସେହି ଗ୍ରାମର ଜନୈକ ୧୬ ବର୍ଷର ନାବାଳକର ଲୋଲୁପ ଦୃଷ୍ଟି ଏହି ଝିଅଟି ଉପରେ ପଡିଥିଲା । ତାକୁ ଏହି ଯୌନ ପିପାସୁ ଆଉ ଗୋଟିଏ ସ୍ଲାବ ଘର ଉପରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରେ ପାଟି ତୁଣ୍ଡ ଗହଳିରେ ଝିଅଟି ଚିତ୍କାର କରିବାରୁ ଯୌନ ପିପାସୁ ଧରା ପଡିଯାଇଥିଲା । ନାବାଳିକାକୁ ପୋଲିସ ଉଦ୍ଧାର କରି ମେଡିକାଲ୍ ରେ ଭର୍ତି କରିଥିବା ବେଳେ ବର୍ତମାନ ସେ ଭଲରେ ଥିବା ଜଣାପଡିଛି । କାଶୀନଗର ପୋଲିସ ସଦଳ ସହ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତଙ୍କୁ ଗିରଫ କରି ଡାକ୍ତରୀ ମଇନା ପାଇଁ ପଠାଇ ଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

ଗତକାଲି ରାତି ୯ଟା ରେ ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ, ଏସ.ଡି.ପି. ଅ ରାମକୃଷ୍ଣ ପତି ଘଟଣା ସ୍ଥଳ ରେ ପହଞ୍ଚି ସରଜମିନ ତଦନ୍ତ କରି ଫେରି ଛନ୍ତି।ଥାନା କେଶ୍ ନ- ୯୭/୨୧ରେ ମୋକଦ୍ଧମା ରୁଜୁ କରି ଆଇପିସି ଧାରା ୩୭୬ ଏ, Bpocso ୬ରେ ମୋକଦ୍ଧମା କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles