Thursday, March 28, 2024

Top 5 This Week

Related Posts

ନିଖୋଜର ୪ ଦିନ ପରେ ପୋଖରୀରୁ ମିଳିଲା ଯୁବକଙ୍କ ଗଳିତ ମୃତ ଦେହ

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋଟପାଡ,(୧୧/୦୯) : ନିଖୋଜର ୪ ଦିନ ପରେ ପୋଖରୀରୁ ମିଳିଲା ଯୁବକଙ୍କ ଗଳିତ ମୃତ ଦେହ | ମୃତ ଯୁବକ ଜଣଙ୍କ ହେଲେ କୋରାପୁଟ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ କୁର୍ମାକୋଟର ଲକ୍ଷ୍ମଣ ଗୌଡ।ଲକ୍ଷ୍ମଣ ଗତ ୬ ତାରିଖ ଦିନ ସଂନ୍ଧ୍ୟାରୁ ନିଖୋଜ ହୋଇଯାଇଥିଲେ ।

ନିଖୋଜର ୪ ଦିନ ପରେ ପୋଖରୀରୁ ମିଳିଲା ଯୁବକଙ୍କ ଗଳିତ ମୃତ ଦେହ ଆଉ ଗତ କାଲି ସ୍ଥାନୀୟ ପୋଖରୀ ତାଙ୍କ ମୃତ ଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ଶବ ଠାବ ହେବାର ୧୨ ଘଣ୍ଟା ପରେ ଆଜି ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଲକ୍ଷ୍ମଣଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଈଛି ।

ନିଖୋଜ ପରେ ଲକ୍ଷ୍ମଣ ସେହି ଦିନ ରାତିରେ ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିବା କିଛି ଲୋକ ଦେଖିଥିବା କହିଛନ୍ତି।ଆଉ ମନ୍ଦିର କାନ୍ଥରେ ରକ୍ତ ଛିଟା ଲାଗିଥିବା ବେଳେ ଶରୀରରେ କ୍ଷତ ଚିହ୍ନ ବି ରହିଛି।ତେଣୁ ଏହାର ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ଦେବାକୁ ପରିବାର ଲୋକେ ଦାବୀ କରିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles