ପଡେଇକାନି ଗାଁ ରେ ଗଣେଶ ପୂଜା ପାଳିତ

0
247

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,ତା-(୧୦/୯) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତ ର ପଡେଇକାନି ଗାଁ ରେ ରୀତି ନୀତି ବଦଭାବ ରେ ଶ୍ରୀ ଗଣେଶ ଜି ଙ୍କ ପୂଜା ପାଳନ ହୋଇଥିଲା । ଏହି ଗଣେଶ ପୂଜା କୁ ଆଦିବାସୀ ମାନେ ପାଳନ କରୁ ନ ଥିଲେ ।6d8196bf 9467 427f b2eb f75bdcb274d9 ପଡେଇକାନି ଗାଁ ରେ ଗଣେଶ ପୂଜା ପାଳିତ

ପଡେଇକାନି ଗାଁ ରେ,ଆଦିବାସୀ ପ୍ରତ୍ୟେକ ଗାଁରେ ବଲାଣି ପର୍ବ କରୁଥିଲେ । ଯେ କୌଣସି ସର୍ବସାଧାରଣଙ୍କ ଯିବା ରାସ୍ତା ପାର୍ସରେ ଏକ ବିରାଟ ଅସୁରୁଣୀ ମୂର୍ତ୍ତି ତିଆରି କରି ସେଠାରେ ଆଦିବାସୀ ମାନେ ଆଦିବାସୀ ପରମ୍ପରା ଅନୁଯାୟୀ ଛେଳି ଘୁଷୁରୀ କୁକୁଡ଼ା ବଳି ଦେବା ସହ ଲିଆ ମୁହା ଭୁଗ ଦେଇ ପୂଜା କଲାପରେ ନୁଆଁ ଖାଇ ପାଇଁ ପ୍ରସ୍ତୁତ ହେଉଥିଲେ । ବର୍ତ୍ତମାନ ଆଦିବାସୀ ଲୋକମାନେ ପରିବର୍ତ୍ତନ ହେବାରୁ ହିନ୍ଦୁ ଧର୍ମ ଅନୁସାରେ ପାରମ୍ପାରିକ ରୀତିନୀତି ଅନୁସାରେ ପ୍ରତେକ ଗ୍ରାମରେ ଆଦିବାସୀ ହଉ କିମ୍ବା ହରିଜନ ହେଉ ହିନ୍ଦୁ ମାନଙ୍କ ପରମ୍ପରା ଅନୁଯାୟୀ ବର୍ଷର ପ୍ରଥମ ଶ୍ରୀ ଗଣେଶ ଜି ଙ୍କୁ ପୂଜା କରୁଛନ୍ତି ।

ଏହି ଗଣେଶ ଙ୍କ ପୂଜା କୁ ତିନି ଦିନ ରଖି ପାଳନ କରନ୍ତି ତିନି ଦିନ ପରେ ଗଣେଶ ଜି ଙ୍କ ମୂର୍ତ୍ତି କୁ ବିସର୍ଜନ କରନ୍ତି । କଲ୍ୟାଣସିଂହପୁର ବ୍ଲକ ରେ ଫିକପଡ଼ିଲା ଗଣେଷ ପୂଜା । ପୂର୍ବରୁ ପ୍ରତ୍ୟେକ ଘରେ ଓ ସାହି, ଗଳିକନ୍ଦି ଛକରେ ମେଢ,ଆଲୋକ ସଜା, ତୋରଣ ତିଆରିକରି ବାଦ ବିବାଦ ହୋଇ ଧୁମଧାମରେ ପୂଜା କରୁଥିବା ବେଳେ ବର୍ତମାନ କରୋନା ମହାମାରୀ ଯୋଗୁଁ ସବୁ ପାର୍ବଣ କୁ ଫିକା କରିଦେଇଛି । ବର୍ତମାନ କିଛି ବିଦ୍ୟାଳୟ ଠାରେ ଓ କିଛି ଗାଁ ଗହଳିରେ କାହଁ।ବାହଁ। ପୂଜା କରାଯାଉଥିବା ଦେଖିବାକୁ ମିଳିଛି ।