ବସ ଷ୍ଟାଣ୍ଡ ଗଣେଶ ପୂଜାର ଲଡୁ ୩୦,୦୦୦ଟଙ୍କାରେ ନିଲାମ

0
187

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୧୨/୦୯) : କୋଭିଡ଼ କଟକଣା ଭିତରେ କାଶୀନଗର ବସ ଷ୍ଟାଣ୍ଡ ରେ ଅନୁଷ୍ଟିତ ଶ୍ରୀ ସମ୍ପତ୍ ଗଣେଶ ପୂଜାର ବିସର୍ଜନ ଆଜି ସନ୍ଧ୍ୟାରେ ଅନୁଷ୍ଟିତ ହୋଇଯାଇଛି ।

ପ୍ରକାଶ ଥାଉକି ପ୍ରତ୍ୟେକ ବର୍ଷ ବସ ଷ୍ଟାଣ୍ଡ ର ଏହି ପୂଜା କମିଟି ବଡ଼ ଆଡମ୍ବରରେ ଗଣେଶ ପୂଜା କରୁଥିଲେ । ଗତ ବର୍ଷ କରନା କଟକଣା ଯୋଗୁଁ ପୂଜା ହୋଇ ନ ଥିଲା । ଲକ୍ଷାଧିକ ଟଙ୍କାରେ ଲଡୁ ନିଲାମ ହେଉଥିଲା । ଚଳିତ ବର୍ଷ ଏହି ଲଡୁ କୁ ଆର୍.କେ ଫେଶନର ପାର୍ଟନର ମାନେ ୩୦ହଜାର୧ ଟଙ୍କାକୁ ଲଡୁ ନିଲାମ କରି ନେଇଥିଲେ |