Thursday, March 28, 2024

Top 5 This Week

Related Posts

ରାଜଧାନୀ ଭୁବନେଶ୍ୱରର ଡେଲିଭରି ବୟଙ୍କୁ ଅପହରଣ : ପୋଲିସର ତଦନ୍ତ ଜାରି

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୪/୦୯) : ଡେଲିଭରି ବୟଙ୍କ ନାଁ ପତିତପାବନ ପୃଷ୍ଟି । ସେ ନୂଆଗାଁ ସ୍ଥିତ ବିଜୟ ବିହାରରେ ଭଡ଼ା ଘରେ ରହନ୍ତି l ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅଞ୍ଚଳରୁ ଜଣେ ଡେଲିଭରି ବୟଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି । ଲିଙ୍ଗିପୁର ପାଖ ଦୟାନଦୀ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ୍‌, ମନିପର୍ସ ଓ ଗଞ୍ଜି ମିଳିଛି ।

ସେ ତାଙ୍କ ପରିବାର ଲୋକଙ୍କୁ ଏକ ଭଏସ୍ ମେସେଜ୍‌ ଯୋଗେ ତାଙ୍କୁ ଅପହରଣ କରାଯାଇଥିବା ସୂଚନା ଦେଇଛନ୍ତି । ତେବେ କେଉଁ ପରିସ୍ଥିତିରେ ଓ କିଭଳି ଭାବେ ତାଙ୍କୁ ଅପହରଣ କରାଯାଇଛି, ସେ ନେଇ କିଛି ସ୍ପଷ୍ଟ ହୋଇନି । ରାଜଧାନୀ ଭୁବନେଶ୍ୱରର ଯେଉଁ ରାସ୍ତାରେ ପତିତପାବନଙ୍କ ଚପଲ, ବ୍ୟାଗ ଓ ମନିପର୍ସ ଆଦି ପଡ଼ିଛି ସେଠାରେ ତାଙ୍କ ପରିବାର ଲୋକଙ୍କ ସହିତ ପୁଲିସ୍ ବି ପହଞ୍ଚିଛି । ସେଠାରେ ଏକ ଛୁରୀ ମଧ୍ୟ ପଡ଼ିଛି । ପୁଲିସ୍‌ ଘଟଣାସ୍ଥଳରେ ଯାଞ୍ଚ କରୁଛି ।

ପ୍ରାୟ ୧୦ ଦିନ ତଳେ ଭୁବନେଶ୍ୱରର ଜୟଦେବ ବିହାରର ବିଜୁପଟ୍ଟନାୟକ କଲେଜ ଛକ ନିକଟ ରାସ୍ତାକଡ଼ରୁ ଜଣେ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେ ଜଗତସିଂହପୁର ଜିଲ୍ଲା ଲୋକ ହୋଇଥିବା ବେଳେ ପାଣ୍ଡରାରେ ରହି ଡେଲିଭରି ବୟ ଭାବେ କାମ କରୁଥିଲେ । ଏହି ଘଟଣାକୁ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି |

Popular Articles