Tuesday, September 21, 2021
Google search engine
Homeଜିଲ୍ଲା ଖବରଭୁବନେଶ୍ୱରର ଅଧିକାଂଶ ଅଞ୍ଚଳ ଜଳବନ୍ଦୀକୁ ରାଜ୍ୟ ସରକାରଙ୍କ ଉଦାସୀନତା କହିଲେ ଅପରାଜିତା

ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳ ଜଳବନ୍ଦୀକୁ ରାଜ୍ୟ ସରକାରଙ୍କ ଉଦାସୀନତା କହିଲେ ଅପରାଜିତା

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୪/୦୯) : ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ । କେଉଁଠି ଘରେ ପାଣି ପଶିଲାଣି ତ କେଉଁଠି କାର ଭାସିଲାଣି । ରାସ୍ତା ଉପରେ ଲହଡି ମାରୁଛି ପାଣି । ସ୍ମାର୍ଟସିଟିର ଅବସ୍ଥାକୁ ନେଇ ଟ୍ୱିଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ରାଜ୍ୟ ସରକାରଙ୍କୁ ଉଦାସୀନତା ଯୋଗୁଁ ଏପରି କହିଥିବା କହିଛନ୍ତି ।

ଭୁବନେଶ୍ୱରର ଅଧିକାଂଶ ଅଞ୍ଚଳ ଜଳବନ୍ଦୀର କିଛି ଫଟୋ ସେୟାର କରି ସାଂସଦ ଲେଖିଛନ୍ତି, ଏହା ହେଉଛି ଆମର ସ୍ମାର୍ଟସିଟି । ୨୧ ବର୍ଷର ଶାସନ ପରେ ସ୍ଥିତି ଏଭଳି ରହିଛି । କେନ୍ଦ୍ର ସରକାରଙ୍କ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ଡ୍ରେନେଜ୍ ଡେଭଲପମେଣ୍ଟ ପ୍ଲାନ ନେଇ ପରାମର୍ଶ ଦେଇଥିବା ବେଳେ ଏହା ରାଜ୍ୟ ସରକାରଙ୍କ ଅଳସୁଆମୀ ନା ଉଦାସୀନତା ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଆଉ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ବର୍ଷା । ଗତକାଲିଠାରୁ ଝିପଝିପ ବର୍ଷା ହେଉଥିବା ବେଳେ ଆଜି ସକାଳଠୁ ପ୍ରବଳ ବର୍ଷା ହେଉଛି । ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବେହାଲ ରାଜଧାନୀ ଭୁବନେଶ୍ୱର ।

ଇସ୍କନ ମନ୍ଦିର ସମ୍ମୁଖରେ କୃତ୍ରିମ ବନ୍ୟା ସ୍ଥିତି । ଜାତୀୟ ରାଜପଥରେ ଘଣ୍ଟା ଘଣ୍ଟା ଧରି ଚାଲିଲା ପାଣିର ପ୍ରବଳ ସୁଅ । ସମାନ ସ୍ଥିତି ରାଜଧାନୀର ବମିଖାଲ ଅଞ୍ଚଳରେ ରାସ୍ତା ଉପରେ ଅଣ୍ଟାଏ ପାଣି । ଘର, ଆପାର୍ଟମେଣ୍ଟ ଭିତରେ ବି ପାଣି ପଶିଲା । ଗାଡି ମୋଟର ବୁଡ଼ିଯାଇଥିଲା । ଲଗାଣ ବର୍ଷାରେ ବେହାଲ ରାଜଧାନୀ । ମୂଷଳଧାରାରେ ବର୍ଷା ଆରମ୍ଭ ହୋଇଗଲା । ଏମିତି ବର୍ଷା ହୋଇଥିଳା ଯେ, ପୂରା ରାଜଧାନୀ ଜଳାର୍ଣ୍ଣବ ହୋଇଗଲା । ରାସ୍ତାଘାଟରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ବର୍ଷା ଓ ନର୍ଦ୍ଧମା ପାଣି ମିଶି ଏକାକାର ହୋଇଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -
Google search engine

Most Popular

Recent Comments