Tuesday, September 21, 2021
Google search engine
HomeBreaking Newsଦାଖଲ-ଖାରଜ ବା ମ୍ୟୁଟେସନର ଅର୍ଥ ନୁହେଁ ମାଲିକାନା ହକ୍ : ସୁପ୍ରିମକୋର୍ଟ

ଦାଖଲ-ଖାରଜ ବା ମ୍ୟୁଟେସନର ଅର୍ଥ ନୁହେଁ ମାଲିକାନା ହକ୍ : ସୁପ୍ରିମକୋର୍ଟ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୪/୦୯) : ସମ୍ପତ୍ତିର ମାଲିକାନା ହକ୍ ନେଇ ସୁପ୍ରିମକୋର୍ଟ ଶନିବାର ଐତିହାସିକ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ରେଭିନ୍ୟୁ ରେକର୍ଡରେ ସମ୍ପତ୍ତିର ଦାଖଲ-ଖାରଜ ବା ମ୍ୟୁଟେସନ ହୋଇଗଲେ ଯେ ମାଲିକାନା ହକ୍ ମିଳିଯାଏନି କି ସମାପ୍ତ ହୋଇଯାଏନି । ତେବେ ଉପଯୁକ୍ତ ସିଭିଲ କୋର୍ଟ ହିଁ ଏହି ମାଲିକାନା ଧାର୍ଯ୍ୟ କରନ୍ତି । ତେବେ ରେଭିନ୍ୟୁ ରେକର୍ଡରେ ଦାଖଲ-ଖାରଜ କେବଳ ଆର୍ଥିକ ଉଦ୍ଦେଶ୍ୟ ଲାଗି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଦେଇଛନ୍ତି ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଜଷ୍ଟିସ୍ ଏମ.ଆର.ଶାହ ଓ ଜଷ୍ଟିସ୍ ଅନିଋଦ୍ଧ ବୋସ୍‌ଙ୍କ ପୀଠ କହିଛନ୍ତି ଯେ ରେଭିନ୍ୟୁ ରେକର୍ଡରେ କେବଳ ଏକ ଏଣ୍ଟ୍ରିରେ ସମ୍ପତ୍ତି ଯାହାଙ୍କ ନାମରେ ସେ ତାର ମାଲିକ ହୋଇ ଯାଇପାରେବନି । କୋର୍ଟ କହିଛନ୍ତି ଯେ ଆଇନରେ ଧାର୍ଯ୍ୟ ପ୍ରସ୍ତାବ ଅନୁସାରେ ଦାଖଲ-ଖାରଜ ସମ୍ପର୍କିତ ଏଣ୍ଟ୍ରି ବ୍ୟାକ୍ତିଙ୍କ ପକ୍ଷରେ କୌଣସି ଅଧିକାର, ଟାଇଟଲ ଅଥବା ତାଙ୍କ ସପକ୍ଷରେ ନିଷ୍ପତ୍ତି କରେ ନାହିଁ । ଏହା କେବଳ ସମ୍ପତ୍ତିର ଆର୍ଥିକ ଉଦ୍ଦେଶ୍ୟ ଲାଗି ବୋଲି ସ୍ପଷ୍ଟ କରିଦେଇଛନ୍ତି ।

ତେବେ ସମ୍ପତ୍ତିର ମାଲିକାନା ହକ୍ ସମ୍ପର୍କରେ କୋର୍ଟ କହିଛନ୍ତି ଯେ ଯେତେବେଳେ ଇଚ୍ଛାପତ୍ର (ୱିଲ ବା ବସିୟତ) ଆଧାରରେ ଦାଖଲ-ଖାରଜ ଦାବି କରାଯାଏ ଓ ଯେଉଁ ପକ୍ଷ ଦାବିଦାର ସେ ଇଚ୍ଛାପତ୍ର ସହ ଉପଯୁକ୍ତ ସିଭିଲ କୋର୍ଟରେ ଆବେଦନ କରିବା ବିଧେୟ ।  ସିଭିଲକୋର୍ଟଙ୍କ ନିଷ୍ପତ୍ତି ଆଧାରରେ ଆବଶ୍ୟକ ଦାଖଲ-ଖାରଜ ଏଣ୍ଟ୍ରି କରାଯାଇପାରେ ବୋଲି ପୀଠ ସ୍ପଷ୍ଟ କରିଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଆଦେଶ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଏକ ରାୟକୁ କାୟମ ରଖିଛି । ଯେଉଁଥିରେ ରିଭା ସେକ୍ସନର ଅତିରିକ୍ତ ଆୟୁକ୍ତଙ୍କ ଦ୍ୱାରା ଗୃହୀତ ଆଦେଶକୁ ଖାରଜ କରିଦିଆଯାଇଥିଲା । ଯେଉଁଥିରେ ଆୟୁକ୍ତ ରେଭିନ୍ୟୁ ରେକର୍ଡରେ ଜଣେ ବ୍ୟକ୍ତିଙ୍କ ନାମ ବଦଳାଇ ଦେବାକୁ ଆଦେଶ ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -
Google search engine

Most Popular

Recent Comments