ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସ୍ଵାନ ହଲ ଠାରେ ଜିଲ୍ଲାପାଳଙ୍କ କୋଭିଡ ପରିଚାଳନା ସମୀକ୍ଷା

0
163

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୧୩/୦୯) : ଆଜି ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସ୍ଵାନ ହଲ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲାର କୋଭିଡ଼ ପରିଚାଳନାର ସମୀକ୍ଷା କରିଛନ୍ତି । ଜିଲ୍ଲାର ସମସ୍ତ ହାଇସ୍କୁଲ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନଙ୍କ ଅଗ୍ରାଧିକାର ଭିତ୍ତିରେ ଆଣ୍ଟିଜେନ ଏବଂ ଆଇଟି ପିସିଆର ଚେଷ୍ଟା କରିବା ସହିତ ସେମାନଙ୍କର ଟୀକାକରଣ କରିବାକୁ ଜିଲ୍ଲାପାଳ ବିଡ଼ିଓ, ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଶିକ୍ଷା ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।WhatsApp Image 2021 09 14 at 10.00.33 AM ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସ୍ଵାନ ହଲ ଠାରେ ଜିଲ୍ଲାପାଳଙ୍କ କୋଭିଡ ପରିଚାଳନା ସମୀକ୍ଷା

ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସ୍ଵାନ ହଲ ଠାରେ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଯାନ ଚାଳକମାନଙ୍କର ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ ଓ ଟୀକାକରଣ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ପର୍ବ ପର୍ବାଣୀ ଶେଷ ହେବା ପର୍ଯ୍ୟନ୍ତ ଡିସେମ୍ବର ମାସ ଯାଏ କୋଭିଡ ପ୍ରୋଟୋକଲ ଅନୁପାଳନ ର ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବା ସହିତ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ।

ଗ୍ରାମବାସୀମାନେ ଯେପରି ସ୍ବତଃ ପ୍ରବୃତ ଭାବେ ଆଣ୍ଟିଜେନ,ଆରଟି ପିସିଆର ଟେଷ୍ଟିଙ୍ଗ ଏବଂ ଟୀକାକରଣ ପାଇଁ ଆଗେଇ ଆସିବେ ସେଥିପାଇଁ ବିଡିଓ , ତହସିଲଦାର , ସରପଞ୍ଚମାନେ ସେମାନଙ୍କୁ ପ୍ରବର୍ତ୍ତାଇବା ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ତୃତୀୟ ଲହରର ଉଚିତ ମୁକାବିଲା ନିମନ୍ତେ କୋଭିଡ ପରିଚାଳନା ରେ ସମ୍ପୃକ୍ତ ସମସ୍ତ ଅଧକାରୀ ଓ କର୍ମଚାରୀମାନେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି ।

ସମ୍ପ୍ରତି ଲଘୁଚାପ ବର୍ଷାକୁ ଯୋଗୁଁ କେହି ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି , ସେଥିପ୍ରତି ଦୃଷ୍ଟି ଦେଇ ଶୁଖୁଲା ଖାଦ୍ୟ , ପଲିଥନ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖ୍ ଆବଶ୍ୟକ ସ୍ଥଳେ ତୁରନ୍ତ ଯୋଗାଇ ଦେବାକୁ ଏବଂ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବାକୁ ସେ ବିଡିଓ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ବର୍ଷା ଓ ପବନରେ ଗଛ ଓ ତାର ପଡ଼ି ରାସ୍ତା ଅବରୋଧ ହେଲେ ତୁରନ୍ତ ରାସ୍ତା ସଫାକରାଇ ଗମନାଗମନର ସୁବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ କହିଛନ୍ତି । ଜିଲ୍ଲାରେ ହେଉଥିବା ଆକ୍ସିଜେନ ଏବଂ ଆରଟି ପିସିଆର ଟେଷ୍ଟ ଓ ଟୀକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧକାରୀ ଡା , ଜ୍ୟୋତିଷ ଚନ୍ଦ୍ର ମହାପାତ୍ର , ଡି.ପି.ଏମ , ଏନ.ଏଚ.ଏମ ସୋନାଲୀ ପ୍ରିୟଦର୍ଶିନୀ ବୈଠକରେ ଅବଗତ କରାଇଛନ୍ତି ।

ଏହି ଭିସି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରିପାଠୀ , ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ଜୟକୃଷ୍ଣ ନାୟକ , ଆପତକାଳୀନ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ମହାପାତ୍ର , ଜିଲ୍ଲା ଶିକ୍ଷା ଅଧୁକାରୀ ଶ୍ରୀମତୀ ନିବେଦିତା ପାଣି , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନା ରାୟ , ଓସଡମାର ଡି.ପି.ଏମ. ଶ୍ରୀ ନିମାଇଁ ଚରଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।