-5.7 C
Innichen
Thursday, September 29, 2022

ବଂଶଧାରା ନଦୀ ରେ ସତର୍କ ସଂକେତ ର ତଳେ ଜଳ ପ୍ରବାହିତ : ପ୍ରଥମ ବନ୍ୟା ଆସିବାର ସମ୍ଭାବନା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪/୯) : ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଯୋଗୁଁ ବଂଶଧାରା ନଦୀ ରେ ବନ୍ୟା ଜଳ ବଢ଼ିବାରେ ଲାଗିଛି ।

ଆଜି ସ୍ଥାନୀୟ କେନ୍ଦ୍ରୀୟ ଜଳ ଆୟୋଗ ର ମିଳିଥିବା ରିପୋର୍ଟ ଅନୁସାରେ ସକାଳ ୭ ଟା ରେ ୫୩.୮୩ ମିଟର ଥିବା ବେଳେ ଦିନ ୧୦ ଟା ରେ ଏହା ବୃଦ୍ଧି ପାଇ ୫୩.୯୭ ରେ ପ୍ରବାହିତ ହେଉଛି । ଯାହାକି ବଂଶଧାରା ନଦୀ ରେ ସତର୍କ ସଂକେତ ର ୧ ସେମି ତଳେ ପ୍ରବାହିତ ହେଉଛି । ଉପର ମୁଣ୍ଡ ରେ ଆହୁରି ପାଣି ମିଶୁଥିବା ଖବର ମଧ୍ୟ ମିଳିଛି ।

ବର୍ଷା ୨.୨ମିଲି ହୋଇଛି । ପାଗ ମେଘୁଆ ରହିଥିବା ବେଳେ ବର୍ଷା କିନ୍ତୁ ହେଉନାହିଁ । ଯଦି ଉପର ମୁଣ୍ଡ ରେ ବର୍ଷା ହେଉଥିବ ତାହା ହେଲେ ବିପଦ ସଂକେତ ଡେଇଁ ବାର ସମ୍ଭାବନା ରହିଛି ।

Related Articles

Stay Connected

0FansLike
3,505FollowersFollow
20,100SubscribersSubscribe
- Advertisement -spot_img

Latest Articles