ଅଜଣା ବ୍ୟକ୍ତିଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ଅଭିଯୋଗ : ପୋଲିସର ତନାଘନା ଆରମ୍ଭ

0
275

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୧୪/୦୯) : ଜଣେ ଅଜଣା ବ୍ୟକ୍ତିଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଜୀଅନ୍ତା ପୋଡି ଦେଇ ହତ୍ୟା କରି ଦେଇଥିବା ପରି ଏକ ଚାଞ୍ଚଲ୍ୟକର ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳି ଯାଇଛି । 

ସୂଚନାନୁଯାଇ ଗତ ସୋମବାର ରାତ୍ରି ରେ ଜଣେ ଅଜଣା ବ୍ୟକ୍ତିଙ୍କୁ କେହି ଦୁର୍ବୁତ୍ତ ଜୀଅନ୍ତା ପୋଡ଼ି ମାରି ଦେଇଥିବା ବେଳେ ଉକ୍ତ ବ୍ୟକ୍ତିଙ୍କର ଶରୀର ସମ୍ପୂର୍ଣ୍ଣ ଜଳି ଯାଇ ଥିବା ବେଳେ ଦୁଇଟି ଗୋଡ଼  ଅପୋଡା ହୋଇ ରହି ଯାଇଛି । ଏହି ଘଟଣାଟି ଗୁଡଭେଲା ନିକଟସ୍ଥ ଯାମୁଟ କର୍ମିପଡ଼ା ଠାରେ ଥିବା ଏକ ନବ ନିର୍ମିତ ଘର ଭିତରେ ଘଟି ଯାଇଛି । ଗତ ସୋମବାର ରାତି ରେ ଉକ୍ତ ନବନିର୍ମିତ ଘରେ ପାଟିତୁଣ୍ଡ ହେଉଥିବା ନିକଟରେ ଥିବା କିଛି ବ୍ୟକ୍ତି ଶୁଣିବାକୁ ପାଇଥିବା ନିଜ ନାମ ଗୋପନ ରଖି ଜଣାଇଛନ୍ତି ।

ଉକ୍ତ ବ୍ୟକ୍ତି ଜଣକ କିଏ ଓ କାହିଁକି ଏପରି ପୋଡି ମାରିଦିଆ ଯାଇଛି ସେ ନେଇ କିଛି ଜଣାପଡି ନାହିଁ । ତୁଷୁରା ଏବଂ ଗୁଡ଼ଭେଲା ପୋଲିସ ଘଟଣା ସ୍ଥଳକୁ ଯାଇ ଘଟଣାର ସବିଶେଷ ତଦନ୍ତ କରୁଥିବା ଜଣାଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରିବାରୁ ସେମାନେ ବିଳମ୍ବିତ ରାତିରେ ପାଟିତୁଣ୍ଡ ଶୁଭୁଥିବା ପ୍ରକାଶ କରିଥିଲେ ।